ଏ ଶଦ୍ଦ ଥିଲା ଭଦ୍ରକର ଏକ ଘରୋଇ ସ୍କୁଲରେ ସିକ୍ୟୁରିଗାର୍ଡର ଚାକିରି କରୁଥିବା ପବନ ସିଂଙ୍କର। ଅତୁଲ ସିଂ ୟୁପିଏସି ପରୀକ୍ଷା ୬୭ ରାଙ୍କ ରଖି ପରିବାରକୁ ଗର୍ବି କରିବା ସହ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି। ତେବେ ଅତୁଲଙ୍କ ସଫଳତାର କାହାଣୀ ଏକଦମ ଭିନ୍ନ। ତାଙ୍କର ଏହି ପରିଶ୍ରମ ଠାରୁ ତାଙ୍କ ପରିବାରର ସଙ୍ଘର୍ଷ ଅଧିକ ସାମିଲ ଅଛି। ଅତୁଲଙ୍କ ପରିବାର ବିହାରରେ ରହୁଥିବାଳେ ବାପା ତାଙ୍କର ଭଦ୍ରକରେ ଚାକିରି କରନ୍ତି। ପରିବାରେ କେବଳ ପବନ ହିଁ ରୋଜଗାର କରିଥାନ୍ତି। ସିକ୍ୟୁରିଟି ଗାର୍ଡ ଭାବେ ଦିନ ରାତି ପରିଶ୍ରମ କରିଥାନ୍ତି ପବନ। କେହି ବି ଭାବିନଥିବେ ଯେ ଦିନେ ସି ଏହି ସିକ୍ୟୁରିଟି ଗାର୍ଡ ଙ୍କ ପୁଅ ଆଇଏଏସ ହୋଇ ବନିବ । ଆଖିରେ ଖୁସିର ଲୁହ ସହ ପିତା ପବନ ସିଂ ପୁଅର ଫଳତାର ସଙ୍ଘର୍ଷ କହି ବୁଲୁଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡ ଙ୍କ ପୁଅର ସଫଳତା ବଖାଣି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରୀ ମାନେ ବି ପବନ ଅଙ୍କଲଙ୍କ ପୁଅ ଆଇଏସଏ ପାଇଥିବାରୁ ସେମାନେ ବହୁତ ଖୁସି ବୋଲି କହିଛନ୍ତି। ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନ ପାରିଲେ ପରିବାର ଆର୍ଥିକ ଦୁରବସ୍ଥା କୁ ଦାୟୀ କରିଥାଆନ୍ତି. କିନ୍ତୁ ଅତୁଲ ଏହାର ଅତୁଲ ଏହାର ପ୍ରମାଣ କରି ଦେଖାଇଛନ୍ତି ଦୃଢମନୋବଳ ଆଉ ଉଚ୍ଛା ଶକ୍ତି ସବୁଠୁ ବଡ ସମ୍ପତ୍ତି ସଫଳତା ପାଇବାର।
ଅଧିକ ଦେଖନ୍ତୁ :