ରିପୋର୍ଟରୁ ଜଣାପଡିଛି ଯେ 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ 'ନାୟକ ୨' ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି । ନିର୍ଦ୍ଦେଶକ ମିଲାନ୍ ଲୁଥ୍ରିଆଙ୍କ ସହ ହାତ ମିଳାଇଛନ୍ତି | ଅନିଲ କପୁରଙ୍କ ନାମ ଫିଲ୍ମର କାଷ୍ଟରେ ରହିବ କି ନାହିଁ ସେନେଇ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ କପୁର ମଧ୍ୟ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ। ଫିଲ୍ମକୁ ଆସିବା ପରେ ମଧ୍ୟ ଏପରି ଏକ ଦୃଶ୍ୟ ଥିଲା ଯେଉଁଥି ପାଇଁ ଅନିଲ କୁଣ୍ଠୋବୋଧ କରିଥିଲେ ଏବଂ ନିର୍ଦ୍ଦେଶକ ଶଙ୍କର କହିଥିଲେ ଯେ 'ମୁଁ ହିରୋ ବଦଳାଇବି, କିନ୍ତୁ ଦୃଶ୍ୟ ନୁହେଁ', ।
ପ୍ରଥମେ ଅମିର ଖାନଙ୍କୁ ଏହି ଫିଲ୍ମ ପାଇଁ ଅଫର ଯାଇଥିଲା। ହେଲେ ସେ ମନା କରିଦେଇଥିଲେ । ତାପରେ ଶାହାରୁଖ ଖାନଙ୍କ ପାଇଁ ଏହି ଫିଲ୍ମର ଅଫର ଯାଇଥିଲା। ସେ ମଧ୍ୟ ଏହି ଫିଲ୍ମକୁ ମନା କରିଦେଇଥିଲେ ଆଉ ଶେଷରେ ଅନିଲ କପୁର ହିଁ ଏହି ଫିଲ୍ମ ପାଇଁ ୁପଯୁକ୍ତ ଥିଲେ ଏବଂ ସମସ୍ତ ସିନ କରିଥିଲେ। ଯେଉଁ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: