ପ୍ରକୃତ କଥା ହେଲା, ନିକଟରେ ଏକ ସାକ୍ଷାତକାରରେ ଅର୍ଚ୍ଚନା ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ,’ଇଣ୍ଡଷ୍ଟ୍ରିରେ ସେ ସମୟରେ ଅଭିନେତ୍ରୀ ବାହା ହେବା ପରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ । ବେଶି କାମ ସେମାନେ କରି ପାରନ୍ତି ନାହିଁ । ଏପରିକି ଫିଲ୍ମ ଅଧାରୁ ସେମାନେ ଚୁକ୍ତି ଭାଙ୍ଗି ଚାଲି ଯାଇ ପାରନ୍ତି ବୋଲି ନିର୍ମାତା ଓ ନିର୍ଦ୍ଦେଶକ ମାନେ ଆଶଙ୍କା କରୁଥିଲେ । ସେ ସମୟରେ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ରହୁଥିଲା । ଯେଉଁଥିପାଇଁ ସେମାନେ ତାଙ୍କ ବିବାହକୁ ଗୁପ୍ତ ରଖିଥିଲେ ।
କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ମୋ କ୍ୟାରିୟର ପାଇଁ ପରମିତ ସେତେବେଳେ ବିବାହ କରିବାକୁ ରାଜି ହେଉ ନଥିଲେ । ହେଲେ ପରେ ଆମେ ପୁଣି ବିବାହ କରିବାକୁ ନିଷ୍ପତି ନେଇଥିଲୁ ଏବଂ ଏହାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲୁ ।