ନିକଟରେ ମୁମ୍ବାଇରେ ଅର୍ଜୁନ କପୁର ସ୍ପଟ ହୋଇଥିଲେ । ଯେଉଁଠାରେ ସେ ତାଙ୍କର ନୂଆ ଗାଡିରେ ଯାଉଥିବା ନଜର ଆସିଥିଲେ । ତାଙ୍କର ଏହି ଗାଡିର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ରହିଛି । ଏବେ ତାଙ୍କ ଗାଡି ସହିତ ତାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛନ୍ତି ।
ଫଟୋରେ ଦେଖିବାକୁ ମିଳୁଛି, ଅର୍ଜୁନ୍ କପୁର ନିଜ ନୂଆ ଗାଡି ଆଗରେ ପୋଜ୍ ଦେଉଛନ୍ତି । ହ୍ୱାଇଟ ଟି-ସର୍ଟ ସହିତ ବ୍ଲାକ୍ ଜିନ୍ସରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ଅର୍ଜୁନ୍ । ଏହା ସହିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାସ୍କ ମଧ୍ୟ ପିନ୍ଧିଛନ୍ତି ସେ ।