ଅନୁଭବ ମହାନ୍ତି ଜୁଲାଇ 7 ରେ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ଏବଂ ଦାଖଲ କରିଥିଲେ। ବିବାହ ତାରିଖ ପରଠାରୁ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ପର୍କ ଠିକ ନାହିଁ। ମେ 2019 ଠାରୁ ପୃଥକ ଭାବରେ ରହୁଛନ୍ତି ଏବଂ ଉଭୟଙ୍କ ପରସ୍ପର ସହ ଆନ୍ତରିକ ସମ୍ପର୍କ ନାହିଁ ବୋଲି ଅନୁଭବ ଦର୍ଶାଇଥିଲେ।
ଘର
ମନୋରଞ୍ଜନ
ବର୍ଷା ଅନୁଭବଙ୍କ ଛାଡ଼ପତ୍ର ମାମଲା : ଭିଡିଓ କନଫରେନ୍ସିଂରେ ଉଭୟ ପକ୍ଷ ସହ ଆଲୋଚନା କଲେ ସୁପ୍ରିମକୋର୍...
ବର୍ଷା ଅନୁଭବଙ୍କ ଛାଡ଼ପତ୍ର ମାମଲା : ଭିଡିଓ କନଫରେନ୍ସିଂରେ ଉଭୟ ପକ୍ଷ ସହ ଆଲୋଚନା କଲେ ସୁପ୍ରିମକୋର୍ଟ ମଧ୍ୟସ୍ଥି

ନୂଆଦିଲ୍ଲୀ : ବର୍ଷା ଅନୁଭବଙ୍କ ଛାଡ଼ ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ମଧ୍ୟସ୍ଥିଙ୍କ ଦ୍ବାରା ଆପୋଷ ବୁଝାମଣା କରାଯାଇଛି । ସୁପ୍ରିମକୋର୍ଟ ଆଇନଜୀବୀ ପୂଜା ଆନନ୍ଦ ମଧ୍ୟସ୍ଥି ଭାବେ ବର୍ଷା ଅନୁଭବଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାକୁ ନେଇ ଡିସେମ୍ବର 8ରେ ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି । ଭିଡିଓ କନଫରେନ୍ସିଂ ମାମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦୁଇ ପକ୍ଷଙ୍କ ଓକିଲ ଏବଂ ଦୁଇ ପକ୍ଷଙ୍କ ସହ ବିଭିନ୍ନ ପର୍ଯ୍ୟାୟ ରେ ଆଲୋଚନା କରଛନ୍ତି । ବର୍ଷାଙ୍କ ଟ୍ରାନ୍ସଫର ପିଟିଶନର ଶୁଣାଣି କରି କୋର୍ଟ ଗତମାସ 16 ତାରିଖରେ ବୁଝାମଣା କରିବା ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ଏହି ମମାଲର ଶୁଣାଣି କରିଥିଲେ।
Download Argus News App
