ବିପାଶା ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଂଟରେ ଏହି ଫଟୋ ସେୟାର କରିଛନ୍ତି । ବିପାଶା ଏହି ଫଟୋରେ ବ୍ଲାକ୍ କଲର ଆଉଟଫିଟରେ ନଜର ଆସୁଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । ବିପାଶା ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ ପାନି ଔର ଆସ୍ମାନ୍ ଦୋନ ମିଲେ ହୁଏ ହେଁ । ପତା ହି ନେହି ଚଲ୍ ରାହା ସମୁନ୍ଦର୍ ଔର ଆକାଶ୍ କାହାଁ ହେଁ ‘ । ପ୍ରକାଶ ଥାଉକି, ବିପାଶା ତାଙ୍କ ସ୍ୱାମୀଙ୍କ ଜନ୍ମଦିନ ପାଳନ କରିବାକୁ ମାଳଦୀପ୍ ଯାଇଛନ୍ତି ।
ସ୍ୱାମୀଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର କଲେ ବିପାଶା

ନୂଆଦିଲ୍ଲୀ : କିଛିଦିନ ଧରି ଫିଲ୍ମ ଇଷ୍ଟ୍ରିରୁ ଦୁରେଇ ରହିଥିବା ଅଭିନେତ୍ରୀ ବିପାଶା ବସୁ , ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ନଜର ଆସୁଛନ୍ତି । କେବଳ ଏତିକି ନୁହେଁ, ସେ ସବୁବେଳେ ତାଙ୍କ ସ୍ୱାମୀଙ୍କ ସହ ରୋମାଣ୍ଟିକ୍ ଭିଡିଓ ଏବଂ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଏବେ ସେ ତାଙ୍କ ସ୍ୱାମୀଙ୍କ ସହ ମାଳଦୀପ୍ରେ ଛୁଟି କଟାଉଛନ୍ତି । ଏବଂ ସେଠାରୁ ସେ ତାଙ୍କ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ଦୁହେଁ ଦୁହିଁଙ୍କ ଭିତରେ ହଜିଯାଇଥିବା ନଜର ଆସୁଛନ୍ତି । ଏହାସହିତ ଏହି ଫଟୋରେ ଦୁହିଁଙ୍କ ବଣ୍ଡିଙ୍ଗ୍ ମଧ୍ୟ ଜବରଦସ୍ତ ରହିଛି ।
କୋଟି କୋଟି ଟଙ୍କା ଆତ୍ମସାତ; ୧୭ ମାସ ହେଲା ଦରମା ପାଇନାହାନ୍ତି କର୍ମଚାରୀ

ଅର୍ଗସ ବ୍ୟୁରୋ: ବରପଦା ଲୁଟ୍ ପାର୍ଟ-୨। କଲେଜ ଜମିକୁ ଚଞ୍ଚକତା କରି ହାତେଇଥିଲେ ପ୍ରୟାସକାନ୍ତି। ପ୍ରଫୁଲ୍ଲ ସାମଲ ଓ ପୁଅ ଲୁଲୁ ସାମଲ ଜମି କେଳେଙ୍କାରୀର ବଡ଼ ଖୁଲାସା। ଭୁବନେଶ୍ବରରେ କଲେଜ ଜମିକୁ ଶାଗ ମାଛ ଦରରେ ବିକିଛନ୍ତି ଲୁଲୁ ସାମଲ ଓରଫ୍ ପ୍ରୟାସକାନ୍ତି। କୋଟି କୋଟି ଟଙ୍କା କଲେଜକୁ ନ ଦେଇ, କରିଛନ୍ତି ଆତ୍ମସାତ୍। ୧୭ ମାସ ହେଲା ଦରମା ନ ପାଇ ଧାରଣାରେ କଲେ
Download Argus News App
