
ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଚଳଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର । ଦାଦା ସାହେବ୍ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ତାଙ୍କୁ । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଗୁରୁବାର ଦିନ ସୂଚନା ଦେଇଛନ୍ତି । କରୋନା କାରଣରୁ ଏଥର ସମସ୍ତ ପୁରସ୍କାରର ଘୋଷଣା ବିଳମ୍ବରେ କରାଯାଇଛି । ଦାଦା ଫାଲକୋକୁ ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ବୋଲି ମନାଯାଏ । ପ୍ରକାଶ ଜାଭେଦକର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଆଜି ଏହି ବର୍ଷର ଦାଦା ସାହେବ୍ ଫାଲକୋ ଆୱାର୍ଡ ମହାନ ନାୟକ ରାଜନୀକାନ୍ତଙ୍କୁ ଘୋଷଣା କରି ମୁଁ ବହୁତ୍ ଖୁସି । ସେ ବିଗତ ୫ ଦଶକ ଧରି ସିନେମା ଦୁନିଆଁରେ ରାଜ୍ କରୁଛନ୍ତି । ଏଥର ଏହି ସିଲେକ୍ସନ୍ ଜ୍ୟୁରୀ କରିଛନ୍ତି । ଜ୍ୟୁରୀଙ୍କ ମଧ୍ୟରେ ଆଶା ଭୋସ୍ଲେ,ମୋହନଲାଲ୍,ବିଶ୍ୱଜିତ୍ ଚାଟାର୍ଜି,ଶଙ୍କର ମହାଦେବନ ଏବଂ ସୁଭାଷ ଘାଇ ଆଦି ସାମିଲ ଅଛନ୍ତି ।
