ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍ କହିଛନ୍ତି ଯେ, ଆମେ ଟିଓ୍ୱେଲ ପାଖରେ ବସିଥିଲୁ ସେହିସମୟରେ ବିମାନଟି ଖସିପଡିଥିଲା। ଘଟଣାସମ୍ପର୍କରେ ଜାଣିବା ପରେ ତତ୍କ୍ଷଣାତ ପୋଲିସ୍ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ଜୈସଲମେର ପିଥଲା ଅଞ୍ଚଳରେ UAV ବିମାନ କ୍ରାସ ହୋଇଥିବା ସୂଚନା। ତେବେ ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁ ଘଟିଥିବା କୁହାଯାଉଛି। ବିମାନଟି ନିୟମିତ ଉଡାଣରେ ଥିଲାବେଳେ ଘଟିଥିଲା ଦୁର୍ଘଟଣା। UAV ର କ୍ରାସରେ କେହି ମୃତାହତ ଥିବାର ସୂଚନା ନାହିଁ। ପୋଲିସ୍ ଅଧୀକ୍ଷକ ସୁଧୀର ଚୌଧୁରୀ କହିଛନ୍ତି, ଏହା ଏକ ଅନୁସନ୍ଧାନକାରୀ ବିମାନ ହୋଇପାରେ ।
ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍ କହିଛନ୍ତି ଯେ, ଆମେ ଟିଓ୍ୱେଲ ପାଖରେ ବସିଥିଲୁ ସେହିସମୟରେ ବିମାନଟି ଖସିପଡିଥିଲା। ଘଟଣାସମ୍ପର୍କରେ ଜାଣିବା ପରେ ତତ୍କ୍ଷଣାତ ପୋଲିସ୍ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦୁର୍ଗମର ଦୁସ୍ଥ ରାସ୍ତା। ଗାଁକୁ ସଂଯୋଗ ହୋଇ ପାରିନି ରାସ୍ତା। ଯେଉଁଠି ସଂଯୋଗ ହୋଇଛି ସେଠିବି ଅବସ୍ଥା ବେହାଲ। ରାସ୍ତାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ର ହାତୀଛାଡ ଗାଁରେ । ଗାଁ କୁ ଯିବା ପାଇଁ ରାସ୍ତା ଥାଇ ନଥିଲା ପରି। ପ୍ରାୟ 3 କିଲୋମିଟର ରାସ୍ତା ରେ ମେଟାଲ, ପଥର ବିଛାଇ ହୋଇ ପଡିଥିବା ବେଳେ ରାସ୍ତା ସାରା ଖାଲଖମା ରେ ଭର୍ତ୍ତି। ଏଇ ବିପଦପୂର୍ଣ୍ଣ ରାସ୍ତାରେ ଯା ଆସ କରନ୍ତି ଅଞ୍ଚଳବାସୀ। 2022-23 ରେ 5th SFC ଯୋଜନା ରେ ରାସ୍ତା କାର୍ଯ୍ୟ ହୋଇଥିବାର ସୂଚନାଫଳକ ଥିଲେ ହେଁ କାର୍ଯ୍ୟ ର କୋଡ ହେଉ କି ଅଟକଳ ମୂଲ୍ୟ ଉଲ୍ଲେଖ ନଥିବା ହେତୁ ରାସ୍ତା କାର୍ଯ୍ୟ ରେ କିଭଳି ଦୁର୍ନୀତି ହୋଇଥିବ ତାହା ସହଯେ ଅନୁମେୟ।
ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ପାଣି ବାହାରୁନି। ଜଳ ଯୋଗାଣ ପାଇଁ ପାଣି ପାଇପ ପଡିଛି ହେଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ କାମ କେବେ ଶେଷ ହେବ ଜଣା ପଡୁନି। ଏବେ ସାହିରେ ଏକମାତ୍ର ଜଳଉତ୍ସ କହିଲେ ଏହି ରିଙ୍ଗ କୂଅ। ଏହି କୂଅର ଦୂଷିତ ଜଳ ସଂଗ୍ରହ କରି ପିଉଛନ୍ତି ଗ୍ରାମବାସୀ। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ହାତୀଛାଡ। ଗାଁର ସମସ୍ୟା କେବେ ଦୁର ହେବ ତାହା ଏବେ ବଡ଼ ପ୍ରଶ୍ନବାଚୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଦିବାସୀଙ୍କୁ ବିକାଶ ଧୋକା । ରାଜ୍ୟ ସରକାରଙ୍କ ଚରମ ଅବହେଳା ହେତୁ ପକ୍କାରାସ୍ତାରୁ ବଞ୍ଚିତ ଦୁର୍ଗମବାସୀ। ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜିଲ୍ଲାର ଆଦିବାସୀ ବହୁଳ କଲଣ୍ଡା ପଞ୍ଚାୟତରେ ଥିବା ୫ଖଣ୍ଡ ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ପଞ୍ଚାୟତର କାଳିଆ କଟା, ଚଡ଼କ ମରା,ବଣ୍ଡା ଏବଂ ଝରିପାଣି ଗାଁକୁ ଏ ପର୍ଯ୍ୟନ୍ତ ପକ୍କା ରାସ୍ତା ସଂଯୋଗ ହୋଇ ପାରିନି। ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରୁନି ଚାରିଚକିଆ ଗାଡି। ଫଳରେ ସ୍ଥାନୀୟବାସିନ୍ଦାଙ୍କୁ ଅଧିକ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଛି।
ଖାଲି ରାସ୍ତା ନୁହେଁ ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ। ନଳକୂପ ଅଛି ହେଲେ ଆସୁନି ପାଣି। ବସୁଧା ଯୋଜନାରେ ପାଣି ପାଇପ ପଡ଼ିଛି ହେଲେ ପାଣି ଆସୁ ନାହିଁ। ସେଭଳି ପଞ୍ଚୟତରେ ନାହିଁ ସ୍ବାସ୍ଥ୍ୟ କେନ୍ଦ୍ର। ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ଆବାସ ଯୋଜନାରେ ଏହି ନିରିହ ଆଦିବାସୀଙ୍କୁ ଆବାସ ମିଳିନି । ଏବେବି ଝାଟିମାଟିର ଘରେ ରହି ପକ୍କାଘରର ସ୍ବପ୍ନ ଦେଖୁଛନ୍ତି ଅଞ୍ଚଳବାସୀ। ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ଯୋଜନା କରୁଥିବା କହି ପ୍ରଚାର କରୁଥିବା ବେଳେ ଏ ହେଉଛି ୨୪ ବର୍ଷର ସ୍ଥିର ସରକାରର ଚିତ୍ର। ଏଠି ପଡିନି ବିକାଶର ପାଦ। ବାଟମାରଣା ହୋଇଛି ବିକାଶ।
ଅଧିକ ପଢ଼ନ୍ତୁ ଓଡିଶା ଖବର: