ମୋହିତ ଲେଖିଛନ୍ତି ଯେ, ‘ ଯେମିତି ମୁଁ ବାହାର ଏବଂ ଭିତରକୁ ଦେଖେ ପ୍ରାର୍ଥନା କରେ । ପାପା ସବୁବେଳେ କୁହନ୍ତି , ପ୍ରାର୍ଥନା ସବୁବେଳେ କାମ କରେ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ସୁରକ୍ଷିତ ରୁହନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । କରୋନା ସଂକ୍ରମିତ ହେବାପରେ ମୁଁ ଡାକ୍ତରଙ୍କ ହାତରେ ସୁରକ୍ଷିତ ଅଛି । ଏମାନଙ୍କ ପାଇଁ ଆମେ ସୁରକ୍ଷିତ । କମ୍ ସେ କମ୍ ଆମେ ବାହାରକୁ ନବାହାରି ଭିତରେ ରହି ପାରିବା । ଖୁବ୍ ଶୀଘ୍ର ମୁଁ ଫେରିବି ‘ ।
କରୋନା ସଂକ୍ରମିତ ହେବା ଖବର ପାଇବା ପରେ, ତାଙ୍କ ଫ୍ୟାନ୍ସ ମାନଙ୍କ ସମେତ, ଅନେକ୍ କଳାକାର ସେ ଜଲଦୀ ସୁସ୍ଥ ହେବା ନେଇ କାମନା କରୁଛନ୍ତି ।
ପ୍ରକାଶ ଥାଉକି, ଟିଭି ଶୋ’ ’ଦେବୋ କା ଦେବ୍ ମହାଦେବ୍’ ମାଧ୍ୟମରେ ବେଶ ପରିଚିତ ହୋଇଥିଲେ ମୋହିତ୍ ରାଇନା । ଏଥିରେ ସେ ମହାଦେବ୍ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଆଉ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।