ଆଜ୍ଞା ହଁ , ଆମେ କହୁଛୁ ରାହୁଲ ବୈଦ ଓ ତାଙ୍କ ପ୍ରେମିକା ଦିଶା ପରମାରଙ୍କ କଥା । ୧୬ ଜୁଲାଇରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାପରେ ଝିଅରୁ ବହୁ ପାଲଟିଯିବେ ଦିଶା । ତେଣୁ ବିବାହ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହିତ ବ୍ୟାଚଲର ପାର୍ଟି ସେଲିବ୍ରେଟ କରିଛନ୍ତି । ୧୨ ଜୁଲାଇରେ ଦିଶାଙ୍କୁ ତାଙ୍କ ସାଙ୍ଗମାନେ ବ୍ୟାଚଲର ପାର୍ଟି ଦେଇଛନ୍ତି । ଯାହାର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।
ଇନଷ୍ଟାଗ୍ରାମରେ ଦିଶା ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକଦମ୍ ଜବରଦସ୍ତ ଦେଖା ଯାଉଛନ୍ତି । ଏହା ସହିତ ଭିନ୍ନ ଭିନ୍ନ ପୋଜ ଦେଉଥିବାର ମଧ୍ୟ ନଜର ଆସୁଛନ୍ତି । ଏଥିରେ ସେ ଏକ ବ୍ଲୁ ଜିନ୍ସ ସହିତ, କ୍ରପ୍ ଟପ୍ସରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ଆଇ ଲଭ୍ ୟୁ ଗର୍ଲ ‘ । ତାଙ୍କର ଏହି ଫଟୋ ଦେଖିବା ପରେ, ରାହୁଲ ନିଜକୁ ସମ୍ଭାଳି ନପାରି , ଲେଖିଛନ୍ତି ଯେ, ‘ମେରୀ ବ୍ରାଇଡ୍’ ।