ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ତାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ବିବାହକୁ ଆଗକୁ ବଢାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ କିଛି କାମ ହୋଇପାରିଲା ନାହିଁ ଏବଂ ବର୍ତ୍ତମାନ ସେ ଓ ତାଙ୍କ ସ୍ୱାମୀ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଲଗା ହେବା ପୂର୍ବରୁ ଉଭୟ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଏବଂ ଥେରାପି ମଧ୍ୟ ନେଇଛନ୍ତି, କିନ୍ତୁ କୌଣସି ସୁଫଳ ମିଳି ନାହିଁ ।
ମିୟା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଆମେ ଆତ୍ମବିଶ୍ୱାସରେ କହିବୁ ଯେ , ଆମେ ଆମର ବିବାହକୁ ବଞ୍ଚାଇବା ପାଇଁ ବହୁତ୍ ଚେଷ୍ଟା କରିଥିଲୁ, କିନ୍ତୁ ପ୍ରାୟ ଏକ ବର୍ଷ ଧରି ଥେରାପି ନେବା ପରେ ଏବଂ ସମସ୍ତ ପ୍ରୟାସ ପରେ ମଧ୍ୟ ଆମେ ଅଲଗା ହେଉଛୁ। ଆମେ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ । ସବୁବେଳେ ପରସ୍ପରକୁ ଭଲପାଇବା ଏବଂ ସମ୍ମାନ କରିବୁ । କାରଣ ଆମେ ଜାଣୁ ଯେ ଆମର ଅଲଗା ହେବାର କାରଣ କୌଣସି ଘଟଣା କିମ୍ବା ମତଭେଦ ନୁହେଁ । ଯାହା ପରିବର୍ତ୍ତନ ହୋଇପାରିବ ନାହିଁ ।’
ସେ ଆଗକୁ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘ଆମେ କେହି କାହାକୁ ଦୋଷ ଦେଇ ପାରିବୁ ନାହିଁ । କୌଣସି ଅନୁତାପ ନକରି ଆମେ ଏହି ଚାପ୍ଟର୍ ବନ୍ଦ କରୁଛୁ । ଏବେ ଆମେ ଅଲଗା ଭାବ ସବୁକିଛି ଆରମ୍ଭ କରିବାକୁ ଯାଉଛୁ । ତଥାପି, ଆମେ ଆମର ପରିବାର, ବନ୍ଧୁ ଏବଂ ଗୃହପାଳିତ କୁକୁରମାନଙ୍କ ସହିତ ସଂଯୁକ୍ତ ରହିବୁ । ଏହି କାମ ପୂର୍ବରୁ ହେବାର ଥିଲା କିନ୍ତୁ ଆମେ ସମୟ ନେଇଥିଲୁ ଏବଂ ବର୍ତ୍ତମାନ ଆମେ ଏଥିରେ ଖୁସି ।