ମଙ୍ଗଳସୂତ୍ର ବିଜ୍ଞାପନ ପରେ ତାଙ୍କର ଆଉ ଏକ ନୂଆ ବିଜ୍ଞାପନକୁ ନେଇ ଦେଖାଦେଇଛି ବିବାଦ। ସେ ପୁଣି ଥରେ ନିଜର ଜୁଏଲାରୀ କଲେକସନ୍କୁ ନେଇ ତିଆରି କିରଥିବା ବିଜ୍ଞାପନକୁ ନେଇ ଟ୍ରୋଲ ହୋଇଛନ୍ତି ।
ଅଟମ୍ ୱିନଟର ଜୁଏଲେରୀ କଲେକ୍ସନ-୨୦୨୧ର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ଶାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର ପିନ୍ଧିଛନ୍ତି । କିନ୍ତୁ କାହାରବି ମୁହଁରେ ହସ ନାହିଁ । ସମସ୍ତେ ଯେମିତି ଦୁଃଖି ମନରେ ଛିଡା ହୋଇଛନ୍ତି ସେମିତି ନଜର ଆସୁଛନ୍ତି ।
ଆଉ ଏହାକୁ ନେଇ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି । ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଲାଭ ,ଯଦି ସେମାନେ ଖୁସି ନାହାଁନ୍ତି । ସମସ୍ତେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଟ୍ରୋଲ କରୁଛନ୍ତି ।