ପ୍ରକାଶ ଥାଉକି, ଗତ ୨୦ ଏପ୍ରିଲରେ ହିନା ଖାନଙ୍କ ପିତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା । ସେ ସମୟରେ ହିନା ଖାନ୍ ଏକ ସୁଟିଂ ପାଇଁ ମୁମ୍ବାଇ ବାହାରେ ଥିଲେ । ପିତାଙ୍କ ଦେହାନ୍ତ ଖବର ଶୁଣିବା ସଙ୍ଗେସଙ୍ଗେ ସେ ତୁରନ୍ତ ମୁମ୍ବାଇ ଫେରି ଆସିଥିଲେ । ପିତାଙ୍କ ଦେହାନ୍ତରେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ହିନା । ସୋସିଆଲ ମିଡିଆରୁ ସେ ଦୂରେଇ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ତାଙ୍କର ଟିମ୍ ସବୁ ପ୍ଲାଟଫର୍ମରେ ତାଙ୍କ ଆକାଉଂଟ ହ୍ୟାଣ୍ଡେଲ କରୁଛନ୍ତି । ତେବେ ନିକଟରେ ହିନା ଖାନ୍ ନିଜ ପିତାଙ୍କ ସହିତ କିଛି ଖୁସିର ମୁହୂର୍ତ୍ତ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେ କିଛି ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ,ମୋର ଏଞ୍ଜେଲ,ଜନ୍ନତରେ ବି ତୁମେ ସବୁବେଳେ ହସି ହସି ରହିବ, ମୋର ପ୍ରିୟର ପାପା । ମୁଁ ତୁମକୁ ବହୁତ୍ ମିସ୍ କରୁଛି । ମତେ ଜଣାଅଛି, ତୁମେ ସବୁବେଳେ ଆମ ସହିତ ରହିବ । ଆମେ ସମସ୍ତେ ସବୁବେଳେ ଏକାଠି ରହିବା । ନିଜ ପିତାଙ୍କୁ ଝୁରି ଝୁରି ସେ ସେୟାର କରିଥିବା ଏହି ଭାବବିହ୍ବଳ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।