ଇନଷ୍ଟାଗ୍ରାମ ଆକାଉଂଟରେ ଜାହ୍ନବୀ ତାଙ୍କର ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଏକଦମ୍ ଅଲଗା ଅନ୍ଦାଜ ଦେଖିବାକୁ ମିଳୁଛି । ଏଥିରେ ତାଙ୍କର ବ୍ଲାକ୍ ଆଉଟଫିଟ ସହିତ, ତାଙ୍କର ଜବରଦସ୍ତ ଲୁକ୍ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ଫଟୋ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, 'must be love on the brain' । ଅନ୍ୟପଟେ ତାଙ୍କର ଏହି ଫଟୋରେ ଜାହ୍ନବୀଙ୍କ ଭଉଣୀ ଖୁସି କପୁର ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, 'When did u become cool' । କେବଳ ତାଙ୍କ ଭଉଣୀ ନୁହଁନ୍ତି ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଫଟୋରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।