ପୁଲିସ କହିଛି ଯେ, ଅପରାହ୍ନ ୨ ଟା ପରେ ମୁମ୍ବାଇରେ ବିନା କାରଣରେ, ବୁଲାବୁଲି କରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ରହିଛି । ହେଲେ ଟାଇଗର ଏବଂ ଦିଶା ଦୁହେଁ , ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ସଂଧ୍ୟା ଯାଏଁ ବୁଲୁଥିଲେ । ଏହାପରେ ପୁଲିସ ତାଙ୍କ ଗାଡିକୁ ଅଟକାଇଥିଲା । ହେଲେ ଦୁହେଁ ବାହାରେ ବୁଲୁଥିବାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଇପାରି ନଥିଲେ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ, ମାମଲା ରୁଜୁ ହୋଇଛି ବୋଲି ଅଧିକାରୀ କହିଛନ୍ତି ।