ହନି ସିଂଙ୍କ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ନେଟଫ୍ଲିକ୍ସରେ ଆସିବ। ଏହି ଫିଲ୍ମ ମାଧ୍ୟମରେ ଫ୍ୟାନମାନେ ରାପରଙ୍କ ଜୀବନ ସହିତ ପରିଚିତ ହୋଇପାରିବେ। ଉଲ୍ଲେଖନୀୟ କଥା ହେଲା ହନିଙ୍କ ଉପରେ ସମସ୍ତଙ୍କ କ୍ରେଜ ରହିଛି। ଯୁବାପିଢ଼ି ତାଙ୍କ ସବୁ ଗୀତର ଫ୍ୟାନ। ତାଙ୍କ ପର୍ସନାଲ ଲାଇଫକୁ ନେଇ ଅନେକ ବିବାଦ ଦେଖାଦେଇଛି। କ୍ୟାରିୟର ଶୀର୍ଷରେ ସେ ହଠାତ ଅଦୃଶ୍ୟ ହୋଇଗଲେ। ଏବଂ ହଠାତ ଅସୁସ୍ଥତା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ହନି ସିଂଙ୍କ ଜୀବନ କାହାଣୀ ବିଷୟରେ ଏବେ ଫ୍ୟାନ ମାନେ ପରଦାରେ ଦେଖିପାରିବେ।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ