ଏହି ପୋଷ୍ଟ ମାଧ୍ୟମରେ ପତ୍ରଲେଖା ଅଭିମାନ୍ କରିଥିବା ଜଣାଇଛନ୍ତି । କାହିଁକି ନାଁ , ତାଙ୍କ ପିତା କିଛି ନକହି ଦୁନିଆଁ ଛାଡି ଚାଲିଗଲେ ।
ସେ ଲେଖିଛନ୍ତି ଯେ,’ ମୁଁ ରାଗିଛି,ମୁଁ ଦୁଖିଃତ ଅଛି, ମୁଁ ଶବ୍ଦରେ କହି ପାରିବି ନାହିଁ । ଏହି କଷ୍ଟ ଆଉ ଦୁଃଖରେ ମୁଁ ଭାଙ୍ଗିପଡୁଛି । ତୁମେ କିଛି ନକହି ଆମକୁ ଛାଡି ଚାଲିଗଲ ପାପା । ମୁଁ ତୁମକୁ ବହୁତ୍ ଭଲପାଏ । ତୁମେ ସବୁବେଳେ ଆମ ସାଥିରେ ରହିବ ‘ ।
ଆଗକୁ ସେ ଲେଖିଛନ୍ତି ଯେ, ‘ଆଶା କରୁଛି ମୁଁ ତୁମକୁ ଗର୍ବିତ କରି ପାରିବି । ମତେ ଏମିତି ଏକ ଜୀବନ ଦେଇଥିବାରୁ ଧନ୍ୟବାଦ୍ । ତୁମେ ସବୁବେଳେ ବହୁତ୍ କାମ କରିଛ , କାହିଁକି ନାଁ ଆମେ ଭଲରେ ରହିପାରିବୁ । ତୁମେ ସବୁଠାରୁ ଭଲ ପାପା ଏବଂ ଭଲ ସ୍ୱାମୀ ଥିଲ । ତୁମର ତୁମ କାମ ପ୍ରତି ଭଲପାଇବା ଥିଲା । ତୁମର ସବୁ ମିତ୍ର ମତେ କହୁଥିଲେ, ତୁମେ ଜଣେ ଦାର୍ଶନିକ ଏବଂ ମାର୍ଗଦର୍ଶକ ଥିଲ । ମିସ୍ ୟୁ ପାପା.....ଆଇ ଲଭ୍ ୟୁ ।
ପତ୍ରଲେଖାଙ୍କ ଏହି ପୋଷ୍ଟ ଦେଖିବା ପରେ ସମସ୍ତେ ବେଶ ଦୁଃଖ ପ୍ରକାଶ କରୁଛନ୍ତି ।