ନୂଆଦିଲ୍ଲୀ : ଭାରତୀୟ ଟେଲିଭିଜନ ଧାରାବାହିକ ନିର୍ମାତା ମାନେ ମଧ୍ୟ ଓଟିଟି ଠାରୁ ପ୍ରେରଣା ନେଇ ଧାରାବାହିକର ନୂଆ ସିଜିନ୍ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଧାରାବାହିକ୍ ‘ଘର ଜମାଇଁ’ ,’କୁବୁଲ ହେ’ର ଦ୍ୱିତିୟ ସିଜିନ୍ର ପ୍ରସାରଣ ଆରମ୍ଭ ହୋଇ ସାରିଛି । ଏବେ ସମୟ ଆସିଛି ବହୁ ଚର୍ଚ୍ଚିତ ଲୋକପ୍ରିୟ ଧାରାବାହିକ ‘ଶଶୁରାଲ ସିମର୍ କା’ର ଦ୍ୱିତୀୟ ସିଜିନ ଆରମ୍ଭ ହେବାର । ହଁ, ଦୀର୍ଘବର୍ଷ ଧରି ଚାଲିଆସିଥିବା ଏହି ଧାରାବାହିକର ଦ୍ୱିତୀୟ ସିଜିନ୍ , ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥର ଏହି ସିଜିନରେ ସିମର ଭୂମିକା ପ୍ଲେ କରିବାର ସୁଯୋଗ ମିଳିଛି, ଜଣେ ସୁନ୍ଦର,ଶାନ୍ତ,ସୁଧୀର ଅଭିନେତ୍ରୀଙ୍କୁ ।
ଟେଲି ଧାରାବାହିକ ‘ଶଶୁରାଲ ସିମର କା’ ଘରେଘରେ ବେଶ ପରିଚିତ । ତେବେ ପୁଣି ଥରେ ଦର୍ଶକଙ୍କର ମନୋରଞ୍ଜନ କରିବା ପାଇଁ, ଦର୍ଶକଙ୍କ ଭଲପାଇବା ପାଇବା ପାଇଁ , ପୁଣି ଥରେ ଏହି ଧାରାବାହିକ ଏକ ନୂଆ ରୂପରେ ଦର୍ଶକଙ୍କ ନିକଟକୁ ଫେରିବାକୁ ଯାଉଛି ।
ଖବର ମୁତାବିକ୍, ଏଥର ଏହି ସିଜିନରେ ପରଦାରେ ସିମର କା ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ରାଧିକା ମୁଥୁକୁମାର ।