ଦୀର୍ଘ ଦିନ ଧରି ବ୍ରେନ ଟ୍ୟୁମର ଏବଂ କ୍ୟାନସର ସହ ଲଢ଼ିବାପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ରାଖୀ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଜୟାଙ୍କର ବହୁତ ଦିନ ହେଲା ଚିକିତ୍ସା ଚାଲିଥିଲା। କିନ୍ତୁ ଶେଷରେ ତାଙ୍କ ମା’ ଜୀବନ ଯୁଦ୍ଧ ହାରିଯାଇଛନ୍ତି। ରାଖୀଙ୍କ ମା’ ଜୟା ଜାନୁୟାରୀ ୨୮ ତାରିଖରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପରେ ରାଖୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି।
ଜୟାଙ୍କ ନିଧନ ପରେ ରାଖୀ ଡାକ୍ତରଖାନାରୁ ମା’ଙ୍କ ଅନ୍ତିମ ମୁହୂର୍ତ୍ତର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ରାଖୀଙ୍କ ମା’ ବେଡରେ ଶୋଇ ନିଃଶ୍ବାସ ପ୍ରଶ୍ବାସ ନେବାରେ ବହୁ କଷ୍ଟ ପାଉଥିବା ଦେଖାଯାଉଛି। ରାଖୀ ଏହି ଭିଡିଓରେ ତଳେ ବସିକି ଭୋ ଭୋ ହୋଇ କାନ୍ଦୁଛନ୍ତି।
ଭିଡିଓ ଶେୟାର କରି ରାଖୀ ଲେଖିଛନ୍ତି, ଆଜି ମୋ ମୁଣ୍ଡ ଉପରୁ ମୋ ମା’ର ହାତ ଉଠିଗଲା। ମୋ ପାଖେ ହରାଇବାକୁ କିଛି ନାହିଁ। ମୁଁ ତୋତେ ବହୁତ ଭଲ ପାଏ ମା’। ତୋ ବିନା କେମିତି ବଞ୍ଚିବି ମୁଁ। ତୋ ବିନା ଆଉ କିଛି ନାହିଁ। ଏବେ କିଏ ମୋ ଡାକ ଶୁଣିବ। କିଏ ମୋତେ ଜାବୁଡ଼ି ଧରିବ। ମୁଁ ଏବେ କଣ କରିବି। କୁଆଡେ ଯିବି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।