ବିଗ୍ ବସ୍ ସିଜିନ୍ ୧୪ର ଏକ ପ୍ରୋମ ସାମ୍ନାକୁ ଆସିଛି । ଯେଉଁଥିରେ ରାକ୍ଷୀ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ଖୁଲାସା କରିବା ସହିତ , ତାଙ୍କ ମା’ କାହିଁକି ଅସୁସ୍ଥ ଅଛନ୍ତି ,ସେ ବିଷୟରେ କହୁଥିବା ନଜର ଆସୁଛନ୍ତି । ଏଥିରେ ରାକ୍ଷୀ କାନ୍ଦୁଛନ୍ତି ଏବଂ ରାହୁଲ ବୈଦ୍ୟା ତାଙ୍କୁ ବୁଝାଇବା ସହିତ, କାନ୍ଦିବାର କାରଣ ମଧ୍ୟ ପଚାରୁଛନ୍ତି । ଏହାର ଉତର ଦେଇ ରାକ୍ଷୀ କହୁଛନ୍ତି ଯେ, ‘ମୋ ସ୍ୱାମୀ ବିବାହିତା ‘ । କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କର ଛୁଆ ମଧ୍ୟ ଅଛି । ଆଉ ଏସବୁ କଥା ଭାବି ଭାବି ମୋ ମା’ ଅସୁସ୍ଥ ହୋଇ ପଡିଛନ୍ତି ।
କାନ୍ଦି କାନ୍ଦି ସ୍ୱାମୀଙ୍କ ବିଷୟରେ ଏମିତି କହିଲେ ରାକ୍ଷୀ

ନୂଆଦିଲ୍ଲୀ : ଡ୍ରାମା କୁଇନ୍ କୁହାଯାଉଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ । ଏବେ ବିଗ୍ ବସ୍ ସିଜିନ୍ ୧୪ ରେ ରାକ୍ଷୀ ସାୱନ୍ତଙ୍କୁ ଦେଖିବାକୁ ମିଳିଛି । ସେଠାରେ ସେ ତାଙ୍କ ଅନ୍ଦାଜରେ ଦର୍ଶକଙ୍କୁ ଇଣ୍ଟରଟେନ୍ କରୁଛନ୍ତି । ଏସବୁ ଭିତରେ ରାକ୍ଷୀ ବେଳେବେଳେ ଇମୋସନାଲ ହୋଇପଡୁଥିବା ନଜର ଆସନ୍ତି । ଠିକ୍ ସେମିତି ନିକଟରେ ରାକ୍ଷୀ ତାଙ୍କ ସ୍ୱାମୀଙ୍କୁ ନେଇ ଦୁଃଖ ପ୍ରକାଶ କରିଥିବା ନଜର ଆସିଛନ୍ତି ।
Download Argus News App
