ଆପଣ ଯଦି ତାଙ୍କ ପ୍ରୋଫାଇଲକୁ ଯିବେ ତାହେଲେ ଏକ ବିଜ୍ଞାପନର ଫଟୋ ପାଇବେ। ଏହାପୂର୍ବରୁ ଥିବା ଆଉ କୌଣସି ଫଟୋ ଆପଣ ପାଇବେନି। ଫ୍ୟାନମାନେ ଏହାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।
ସୂଚନା ଥାଉକି, ରଣବୀର ସିଂ ଏବଂ ଦୀପିକା ପାଦୁକୋନ ନିଜ ବିବାହ ଇଟାଲୀର ଲେକ କେମୋରେ ୨୦୧୮ ମସିହା ନଭେମ୍ବର ୧୪ରେ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ ଦୁହିଁଙ୍କ ପରିବାର ଏବଂ କ୍ଲୋଜ ରିଲେଟିଭସଙ୍କ ଗହଣରେ ସମ୍ପନ୍ନ ହୋଇଥିଲା। ଦକ୍ଷିଣଏବଂ ସିନ୍ଧି ପରମ୍ପରା ମଧ୍ୟରେ ଉଭୟଙ୍କ ବିବାହ ରୀତିନୀତି ସହକାରେ ଶେଷ ହୋଇଥିଲା। ଉଭୟ ନିଜ ସ୍ପେଶାଲ ମୋମେଣ୍ଟର ବହୁତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ।
୨୦୨୪ ମସିହା ସେପ୍ଟେମ୍ବର ମାସରେ ଉଭୟ ନିଜ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ରଣବୀର ଦୀପିକାଙ୍କର ଖୁବ ଯତ୍ନ ନେଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ହଠାତ ରଣବୀରଙ୍କର ଏପରି ନିଷ୍ପତ୍ତି ଫ୍ୟାନମାନଙ୍କୁ ବିଚଳିତ କରୁଛି। ତେବେ ଉଭୟଙ୍କ ମଧ୍ୟରେ ସବୁ ଠିକ ଥିବ ବୋଲି ଫ୍ୟାନ୍ସମାନେ ଆଶାବାଦୀ ମଧ୍ୟ ଅଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର