ଏହି ଫଟୋରେ ସୈଫ୍ ଟୀକା ଲଗାଇବା ପରେ,ଗାଡି ପାଖକୁ ଯାଉଥିବା ନଜର ଆସୁଛନ୍ତି । ସେ ଏକ ନୀଳ ରଙ୍ଗର କୁର୍ତା ପିନ୍ଧିଥିବା ଦେଖିବାକୁ ମିଳୁଛି । ଏହା ସହିତ ମୁହଁରେ ନାଲି ରଙ୍ଗର ଏକ କପଡା ବାନ୍ଧିଥିଲେ । କୁହାଯାଉଛି ଯେ, ଅଭିନେତା ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ କରୋନା ଟୀକା ନେଇଛନ୍ତି । ଯେତେବେଳେ ସେ କରୋନା ଟୀକା ନେବାକୁ ଯାଇଥିଲେ,ସେତେବେଳେ ଅନ୍ୟ ଲୋକମାନେ ମଧ୍ୟ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।