ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍। ଏଥିରେ ମିତାଲିଙ୍କ ଭୂମିକାରେ ନଜର ଆସିବେ ବଲିଉଡର ଚୁଲବୁଲୀ ନାୟିକା ତାପସୀ ପନ୍ନୁ । ଏହି ଫିଲ୍ମର ଟିଜିରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି ତାପସୀ ।ଏହା ସହିତ ଦର୍ଶକ ତ୍ରିରଙ୍ଗା ପତାକା ସହ ତାଙ୍କର ସ୍ୱାଗତ କରୁଥିବା ଭିଡିଓରେ ଦର୍ଶାଯାଇଛି । ତାପସୀଙ୍କ ବ୍ୟତୀତ ଏହି ସିନେମାରେ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତା ବିଜୟ ରାଜ ।
ସାମ୍ନାକୁ ଆସିଲା ‘ସାବାସ ମିଠୁ’ର ଟିଜର
Download Argus News App
