ଅଭିନେତ୍ରୀ କହିଛନ୍ତି, ‘ମୁଁ ଗବଋ ଗ୍ୟାଙ୍ଗ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲି। କିନ୍ତୁ ଏହି ଫିଲ୍ମ ରିଲିଜ ହେବାର କୌଣସି ସୁଯୋଗ ନାହିଁ । ଟିଭି ଇଣ୍ଡଷ୍ଟ୍ରି ଛାଡିଥିବାରୁ ମୁଁ ଦୁଃଖିତ । ଏହି ଫିଲ୍ମର ସୁଟିଂ ପାଇଁ ମୁଁ ଏକ ବର୍ଷ ନଷ୍ଟ କରି ଦେଇଥିଲି । ଏହି ଫିଲ୍ମ କେବେ ରିଲିଜ୍ ହେବ ମୁଁ ଜାଣେ ନାହିଁ । ମୁଁ କାମ କରିବାକୁ ଚାହୁଁଛି କିନ୍ତୁ କରୋନା ଭାଇରସ୍ ମୋତେ ଅଟକାଇ ରଖିଛି । ମୋର ଅନେକ ପ୍ରୋଜେକ୍ଟ ବାତିଲ ହୋଇଯାଇଛି ।’
କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, , ‘ ସବୁବେଳେ ମୁଁ ମୂର୍ଖ ଭଳି କାମ କରେ। ଟିଭିରୁ ଏଭଳି ଅଧିକ ସମୟ ବିରତି ନେବା ମୁଁ ଉଚିତ୍ ନୁହେଁ । ଯାହା ମତେ ଠିକ୍ ଲାଗିଥିଲା ତାହା କରିଥିଲି । ଏବେ ମୁଁ ଟିଭିରେ କାମ କରିବାକୁ ଚାହୁଁଛି । କାମ ପାଇବା ସଂପର୍କରେ ମୁଁ କିଛି ଲୋକଙ୍କୁ ମଧ୍ୟ ଭେଟିଛି ।’