ଆଦିତ୍ୟ ସିଂ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟର ୧୭ ବର୍ଷରୁ ଆରମ୍ଭ କରିଥିଲେ। ସେ ଜଣେ ମଡେଲ, ଅଭିନେତା ଏବଂ କାଷ୍ଟିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଆଦିତ୍ୟ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀର ଗ୍ରୀନ ଫିଲ୍ଡସ ସ୍କୁଲରେ ଅଧ୍ୟୟନ ଶେଷ କରିଥିଲେ। ସେ ଏକ ରାମ୍ପ ମଡେଲ ଭାବେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଆଦିତ୍ୟ `କ୍ରାନ୍ତିଭିର' ଏବଂ `ମେନେ ଗାନ୍ଧି କୋ ନେହିଁ ମାରା' ମୁଭିରେ ନଜର ଆସିଥିଲେ। ସ୍ପ୍ଲିସ୍ବେଲାରେ ମଧ୍ୟ ଆଦିତ୍ୟ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ଆଦିତ୍ୟଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେପଟେ ତାଙ୍କ ପରିବାର ଏବଂ ତାଙ୍କ ବନ୍ଧୁ ପରିଜନ ଆଦିତ୍ୟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର