ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତାଙ୍କୁ ଆର୍ଯ୍ୟା-୩ରେ ଦମଦାର ଅବତାରରେ ଦେଖିବାକୁ ମିଳିଛି। ସେ ସିଗାରେଟ୍ ଟାଣି ବନ୍ଧୁକ ଅପଲୋଡ କରୁଥିବା ଭିଡିଓରେ ରହିଛି । କ୍ୟାପସନରେ ସୁସ୍ମିତି ଲେଖିଛନ୍ତି, ଆର୍ଯ୍ୟା ୩ର ଶୁଟିଂ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଏହା ଷ୍ଟ୍ରମ ହେବ । ଏହା ପୂର୍ବରୁ ସୁସ୍ମିତାଙ୍କ ଦୁଇଟିଯାକ ସିଜିନ୍ ବେଶ୍ ସଫଳ ହେବା ପରେ ଏହାର ନିର୍ମାତା ୩ୟ ସିଜିନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଆର୍ୟା ବ୍ୟତୀତ ସୁସ୍ମିତା ଫିଲ୍ମ ‘ତାଲି’ରେ ନଜର ଆସିବେ। ଦୀର୍ଘ ଦିନ ହେଲା ତାଙ୍କ ଫ୍ୟାନମାନେ ଏହି ଦୁଇ ପ୍ରୋଜେକ୍ଟକୁ ଅପେକ୍ଷା କରି ରହିଛନ୍ତି । ପ୍ରକାଶ ଥାଉ କି, ୨୦୨୦ ଜୁନରେ ଆର୍ଯ୍ୟା ସ୍ୱବ ସିରିଜ ଜରିଆରେ ସୁସ୍ମିତା ଓଟିଟି ଡେବ୍ୟୁ କରିଥିଲେ । ଏହା ସିରିଜରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।