ତେବେ ଜଣେ ୟୁଜର୍ସ ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲି ମଧୁବାଲା ରୋଲ ପାଇଁ ଏକଦମ ପର୍ଫେକ୍ଟ ବୋଲି ମତ ଦେଇଛନ୍ତି। ୟୁଜର୍ସମାନଙ୍କ ମଧ୍ୟରେ ମାଡ଼ଗୋଳ ଯେ, କେଉଁ ଅଭିନେତ୍ରୀ ମଧୁବାଲା ଚରିତ୍ର ପ୍ଲେ କରିପାରିବେ। ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆଲିଆ ମେକଅପ ନେଲେ ମଧ୍ୟ ମଧୁବାଲା ଚରିତ୍ର ସହ ଖାପଖୁଆଉ ନାହାନ୍ତି। ମୋ ମତରେ ଭାମିକା ହେଉଛନ୍ତି ମଧୁବାଲା ରୋଲ ଠିକ ରହିବେ।
୫୦-୬୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ ମଧୁବାଲା
ହିନ୍ଦୀ ଚଳଚ୍ଚିତ୍ରରେ ସୁବର୍ଣ୍ଣ ଧାଡିର ଅଭିନେତ୍ରୀ ଥିଲେ ମଧୁବାଲା। ବାୟୋପିକ ଜରିଆରେ ଭାରତୀୟ ସିନେମାରେ ମଧୁବାଲାଙ୍କ ପ୍ରଭାବ ଫ୍ୟାନମାନଙ୍କ ମଧ୍ୟରେ ଜଣାଇବାକୁ ଉଦ୍ୟମ କରାଯାଉଛି। ୫୦-୬୦ ଦଶକରେ ବଲିଉଡ ଷ୍ଟାର ଥିଲେ ମଧୁବାଲା। ୧୯୪୭ ମସିହାରେ ଫିଲ୍ମ ନୀଲକମଲରୁ ଡେବ୍ୟୁ କରିଥିଲେ ମଧୁବାଲା। ଏହାପରେ ସେ ପଛକୁ ଆଉ ଚାହିଁ ନ ଥିଲେ। ମୁଗଲ-ଏ-ଆଜମ, `ଚଲତି କା ନାମ ଗାଡ଼ି', 'ବରସାତ କି ରାତ' ଭଳି ଶ୍ରେଷ୍ଠ ଫିଲ୍ମରେ ଲିଡ ରୋଲରେ ଅଭିନୟ କରିଥିଲେ। ୧୯୬୯ରେ ମାତ୍ର ୩୬ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଆଲିଆ ଭଟ୍ଟ ଅଭିନୀତ ଡାର୍ଲିଂ ର ପ୍ରଥମ ନିର୍ଦ୍ଦେଶନା ଦେଇଥିବା ରିନ ଉକ୍ତ ବାୟୋପିକ ପ୍ରୋଜେକ୍ଟ ସମ୍ପର୍କରେ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର