ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ,ଅନେକ ସ୍ଥାନରେ କରୋନା କଟକଣା ପୁଣି ଜୋରଦାର ହେବାରେ ଲାଗଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ବହୁତ୍ ଖରାପ୍ ରହିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଫିଲ୍ମ ଏବଂ ଟିଭି ସୁଟିଂ ଉପରେ ରୋକ୍ ଲଗାଇଛନ୍ତି । କାମ ବନ୍ଦ ହେବା ପରେ ଜଣେ ପରେ ଜଣେ ସେଲିବ୍ରେଟି ଗୋଆ ଏବଂ ମାଳଦିପ୍ ଛୁଟି କଟାଇବାକୁ ଯାଉଛନ୍ତି । ନିକଟରେ ଅନେକ୍ ସେଲିବ୍ରେଟି ମାଳଦୀପ୍ ଛୁଟି କଟାଇବାକୁ ଯାଇଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ଏହାରି ମଧ୍ୟରେ ‘ଉତରନ୍’ଫେମ୍ ଅଭିନେତ୍ରୀ Tina Datta ଙ୍କର ମଧ୍ୟ ମାଳଦୀପ୍ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।
ନିକଟରେ ସେ ତାଙ୍କର ଇନ୍ଷ୍ଟାଗ୍ରାମରେ ଭ୍ୟାକେସନର କିଛି ଫଟୋ ସେୟାର କରିଥିଲେ । ଫଟୋରେ ସେ ଏକଦମ୍ କୁଲ ଅନ୍ଦାଜରେ ଖୁବ୍ ସୁନ୍ଦର ନଜର ଆସୁଥିଲେ । ହେଲେ କରୋନାର ଏଭଳି ପରିସ୍ଥିତିରେ ସେ ଭ୍ୟାକେସନରେ ଯାଇଥିବାର ଦେଖି ,ତାଙ୍କର ଫ୍ୟାନ୍ସ ମାନେ ଭଡକିବା ସହିତ ,ତାଙ୍କୁ ଟ୍ରୋଲ କରିଥିଲେ ।
କେହି କେହି ଏମିତି ମଧ୍ୟ କହିଥିଲେ ଯେ, ଏଭଳି ପରିସ୍ଥିତିରେ ଅନେକ୍ ଲୋକ ମରୁଛନ୍ତି ଆଉ ୟାଙ୍କର ଭ୍ୟାକେସନ୍ ଚାଲିଛି ।
ପ୍ରକାଶ ଥାଉକି, Tina Datta ‘ଉତରନ୍’ ବ୍ୟତୀତ ଅନ୍ୟ କିଛି ସିରିଏଲରେ ମଧ୍ୟ କାମ କରିଛନ୍ତି ।