ମୁମ୍ବାଇ: ଗୁରୁବାରଦିନ ଜମ୍ମୁ-କାଶ୍ମୀର ପୁଲୱାମାରେ ସିଆରପିଏଫ୍ କାଫିଲେ ଉପରେ ଆତ୍ମଘାତୀ ଆତଙ୍କି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣକୁ ନେଇ ଦେଶବାସୀଙ୍କ ସହିତ ବଲିଉଡର ଅନେକ କଳାକାରମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡରେ ଏହି ଆକ୍ରମରକୁ ନେଇ ଅନେକ ଆଲୋଚନା କରାଯାଇଛି । ଏବଂ ସମସ୍ତେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଅଭିନେତାମାନେ କଣ ପ୍ରକାଶ କରିଛନ୍ତି ।
ବିକ୍କି କୋଶଲ:
“ଉରି:ଦି ସର୍ଜିକାଲ ଷ୍ଟ୍ରାଇକ୍’ର ଅଭିନେତା ବିକ୍କି କୋଶଲ ପୁଲୱାମାରେ ହୋଇଥିବା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଲେଖିଛନ୍ତି, “ପୁଲୱାମା ଆକ୍ରମଣର ଖବର ପାଇ ମୁଁ ବହୁତ ଆଶ୍ଚର୍ଯ୍ୟ ଏବଂ ଦୁଃଖି ହୋଇଛି । ସହିଦ ହୋଇଥିବା ବାହାଦୁର ଯବାନଙ୍କ ପରିବାରର ଲୋକମାନଙ୍କ ପାଇଁ ମୋର ସମ୍ବେଦନା ଏବଂ ଆହତ ହୋଇଥିବା ଯବାନମାନେ ଶୀଘ୍ର ଠିକ୍ ହୋଇଯାଆନ୍ତୁ ଏନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା’ ।
Deeply saddened and shocked to hear the news of the terror attack in #Pulwama . My heart goes out to the families of the brave CRPF soldiers we lost today and praying for the speedy recovery of those injured. ?
— Vicky Kaushal (@vickykaushal09) February 14, 2019
ରଣବିର ସିଂ:
“ଗଲ୍ଲି ବୋୟ’ ଆକ୍ଟର ରଣବୀର ସିଂ ଟ୍ୱିଟରେ ନିଜର ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ, “ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ଘୃଣାପୁର୍ଣ୍ଣ ଅଟେ । ଆମର ବାହାଦୁର ଯବାନଙ୍କ ପରିବାରର ଲୋକମାନଙ୍କୁ ମୋର ସମ୍ବେଦନ ।’
Disgusted at the cowardly terror attack on the #CRPF soldiers in #Pulwama - my sincere condolences to the families of our brave jawans. Saddened. Angry.
— Ranveer Singh (@RanveerOfficial) February 14, 2019
ଋଷି କପୁର:
ଗତ କିଛି ଦିନ ହେବ ନ୍ୟୁୟର୍କରେ ନିଜ ରୋଗର ଚିକିତ୍ସା କରୁଥିବା ଅଭିନେତା ଋଷି କପୁର ମଦ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, “ଏଠି ପୁରାପୁରି ଭାବରେ ପ୍ଲାନିଙ୍ଗ କରାଯାଇ କାର୍ଯ୍ୟ କରାଯାଇଛି, ଏତେ ଭୟଙ୍କର ଅପରାଧ କରୁଥିବା କାଶ୍ମୀରର ଲୋକମାନଙ୍କର ବନ୍ଧୁ ହୋଇପାରିବାନାହିଁ । ଆମେ ବାହାଦୁର ଯାବନଙ୍କ ପରିବାର ସପକ୍ଷରେ ଛିଡା ହେବୁ ।’
Shameful shocking reprehensible . Absolute act of cowardice. Perpetrators of this heinous crime cannot be be friends with people of Kashmir. We stand by the bereaved families.
— Rishi Kapoor (@chintskap) February 14, 2019
ଅନୁଷ୍କା ଶର୍ମା:
ଅନୁଷ୍କା ଲେଖିଛନ୍ତି-“ପୁଲୱାମାରେ ସିଆରପିଏଫ୍ କାଫିଲେ ଉପରେ ଆତ୍ମଘାତୀ ଆକ୍ରମଣ ଶୁଣିବା ପରେ ବହୁତ ଦୁଃଖ ଲାଗିଲା । ମୋର ସମ୍ବେଦନା ଏବଂ ଭଲପାଇବା ସହିଦ ପରିବାର ପାଇଁ ।’
It is extremely painful to read about the attack on our brave #CRPF jawans in #Pulwama. My deepest condolences to the families and loved ones of our martyred soldiers.
— Anushka Sharma (@AnushkaSharma) February 14, 2019
ଏହାସହ ଅମିତାଭ ବଚ୍ଚନ,ଜାଭେଦ ଅଖତର, ସଲମାନ ଖାନ ,ରିତେଶ ଦେଶମୁଖ, ପ୍ରିୟଙ୍କ ଚୋପ୍ରା, ଅନୁପମ ଖେର, ଅକ୍ଷୟ କୁମାରଙ୍କ ଭଳି ବଡ଼ ବଡ଼ କଳାକାରମାନେ ଟ୍ୱିଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ।
