ମଟନ୍, ତେଲ, ଲୁଣ, ଗରମ ମସଲା, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଡାଲଚିନି, ଅଦା, ରସୁଣ, ହିଙ୍ଗୁ, ଦହି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୁଜୁରାତି, ଲବଙ୍ଗ, ଡାଲଚିନି, ଗୋଲମରିଚ ପକାଇ ଫୁଟାଇବେ । ଏହାପରେ ସେଥିରେ ଅଦା ବଟା ପକାଇ ଫ୍ରାଏ କରିବେ । ଅଦା ଫ୍ରାଏ ହୋଇ ଆସିଲେ ସେଥିରେ ରସୁଣ ଛେଚା ପକାଇ ମିକ୍ସ କରିବେ । ରସୁଣର କଂଚା ବାସ୍ନା ଯିବା ପରେ, ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ହିଙ୍ଗୁ ପକାଇ ମିକ୍ସ କରିବେ । ତାପରେ ସେଥିରେ ମଟନ ପକାଇ ଭଲଭାବେ କଷିବେ । ତାପରେ ସେଥିରେ ଲୁଣ, ଜିରା ପାଉଡର ଧନିଆ ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଦହି ପକାଇ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଘୋଡଣୀ ଘୋଡାଇ ମଟନକୁ ସିଝିବାକୁ ଛାଡିବେ । ମଧ୍ୟମ ଆଂଚରେ ମଟନକୁ ସିଝାଇବେ । ଦେଖିବେ ମଟନ ସିଝି ଆସିଲେ ସେଥିରେ,ଗରମ ମସଲା ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଦହି ମଟନ୍ । ଏବେ ଏହାର ମଜା ନେଇ ପାରିବେ ।