ପନିର, ଚିଜ, ବଟର, କାଶ୍ମୀର ରେଡ୍ ଚିଲ୍ଲୀ ପାଉଡର, ହଳଦୀ ପାଉଡର, ଧନିଆ ପତ୍ର , ଗରମ ମସଲା, କସ୍ତୁରୀ ମେଥି, ଅଦା,ରସୁଣ ପେଷ୍ଟ, ଦହି, ଲେମ୍ବୁ, ସୋରିଷ ତେଲ, ଲୁଣ, ମଇଦା, କ୍ଷୀର, ଚିଜ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଦହି ନେବେ । ଏହାପରେ ସେଥିରେ କାଶ୍ମୀର ରେଡ୍ ଚିଲ୍ଲୀ ପାଉଡର, ଗରମ ମସଲା, କସ୍ତୁରୀ ମେଥି, ଅଦା,ରସୁଣ ପେଷ୍ଟ, ଚିଲ୍ଲୀ ପେଷ୍ଟ, ହଳଦୀ ପାଉଡର, ଲେମ୍ବୁ ରସ, ସୋରିଷ ତେଲ ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ପନିର ପକାଇ ମିକ୍ସ କରିବେ । ତାପରେ ଏକ ବେକିଂ ଟ୍ରେ ନେଇ ସେଥିରେ ବଟର ଲଗାଇ , ତା ଉପରେ ଗୋଳାଇ ରଖିଥିବା ପନିର ପକାଇ ଓଭାନରେ ରୋଷ୍ଟ କରିବେ । ଦେଖିବେ ପନିର ରୋଷ୍ଟ ହୋଇଯିବା ପରେ, ତାକୁ କାଢି ଏକ ପ୍ଲେଟରେ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ବଟର ପକାଇବେ । ବଟର ଗରମ ହେବାପରେ ସେଥିରେ, ଅଳ୍ପ ମଇଦା ପକାଇ ମିକ୍ସ କରିବେ । ଏହାପରେ ସେଥିରେ, କ୍ଷୀର ପକାଇ ବହଳିଆ ହେବା ଯାଏଁ ମିକ୍ସ କରିବେ । ତାପରେ ସେଥିରେ ସ୍ବାଦ ଅନୁଯାୟୀ ଲୁଣ ଏବଂ ପନିର ଗୋଳାଇଥିବା, ବଳି ଯାଇଥିବା ମସଲା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ରୋଷ୍ଟ କରି ରଖିଥିବା ପନିର ପକାଇ ମିକ୍ସ କରିବେ । ତାପରେ ଗ୍ୟାସ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ଏହାପରେ ତା ଉପରେ କିଛି ଚିଜ୍,ବଟର ଏବଂ ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ପନିର । ଏବେ ଏହାର ମଜା ନେଇ ପାରିବେ ।