ସୋୟାବଡି, ଦହି, ହଳଦୀ ପାଉଡର, ଲୁଣ, ଚିନି, ତେଲ, ଧନିଆ ପତ୍ର, ତେଜପତ୍ର, ଜିରା, ଡାଲଚିନି, ପାନମଧୁରୀ, ଅଦା, ରସୁଣ, ପିଆଜ, କଂଚା ଲଙ୍କା, ହିଙ୍ଗୁ, ଗରମ ମସଲା, ଗୋଲମରିଚ ପାଉଡର, ଗୁଜୁରାତି ପାଉଡର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ଗରମ ପାଣିରେ ସୋୟାବଡି ପକାଇ ୧୫ ରୁ ୨୦ ମିନିଟ ଯାଏଁ ରଖିବେ । ଏହାପରେ ପାଣିରୁ ସୋୟାବଡିକୁ ଚିପୁଡି ଆଉ ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍ରେ କୁକର ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ତେଜପତ୍ର, ଡାଲଚିନି, ପାନମଧୁରୀ, ଜିରା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ଅଦା-ରସୁଣ ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା କଂଚା ଲଙ୍କା, କଟା ପିଆଜ ପକାଇ ହାଲ୍କା ଫ୍ରାଏ କରିବେ । ଦେଖିବେ ପିଆଜ ହାଲ୍କା ଫ୍ରାଏ ହୋଇ ଆସିଲେ ସେଥିରେ ହିଙ୍ଗୁ, ହଳଦୀ ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଦହି ପକାଇ କିଛି ସମୟ ଗୋଳାଇବେ । ଏହାପରେ ସେଥିରେ ରଖିଥିବା ସୋୟାବଡି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗରମ ମସଲା, ଅଳ୍ପ ଚିନି, ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ତା ଉପରେ ଅଳ୍ପ କଟା ଧନିଆ ପତ୍ର ପକାଇ ଗୋଳାଇବେ । ଏହାପରେ କୁକର ବନ୍ଦ କରି ମଧ୍ୟମ ଆଂଚରେ ୨ ରୁ ୩ ଟି ସିଟି ଆସିବା ଯାଏଁ ଗ୍ୟାସ୍ରେ ବସେଇବେ । ଏହାପରେ ଗ୍ୟାସ୍ ବନ୍ଦ କରିବେ । ଏହାପରେ କୁକର୍ର ଗ୍ୟାସ୍ ଯିବା ପରେ କୁକ୍ର ଖୋଲି ଏକ ପାତ୍ରକୁ କାଢିବେ । ଏହାପରେ ତା ଉପରେ ଅଳ୍ପ ଗୁଜୁରାତି ପାଉଡର, ଗୋଲମରିଚ ପାଉଡର ,କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ସୋୟା ମସଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।