ମଇଦା, ଅଟା, ବେକିଂ ସୋଡା, ବେକିଂ ପାଉଡର, ତେଲ, ଲୁଣ, ଚିନି, ପିଆଜ, ରସୁଣ, କ୍ୟାପସିକମ୍, ଟମାଟୋ, ମସରୁମ୍, ଚିଲ୍ଲୀ ଫ୍ଲେକ୍ସ, ଭିନେଗାର, ଚିଜ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ମଇଦା ଏବଂ ଅଟା ନେବେ । ତାପରେ ସେଥିରେ ବେକିଂ ସୋଡା,ବେକିଂ ପାଉଡର ଏବଂ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଚକଟି ରଖିବେ । ଏହାପରେ ପିଆଜ, କ୍ୟାପସିକମ, ଟମାଟୋ, ମସରୁମକୁ ଲମ୍ବା ଲମ୍ବା କରି କାଟି ରଖିବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ, କ୍ୟାପସିକମ୍, ମସରୁମ୍, ଟମାଟୋ ପକାଇ ହାଲ୍କା ଫ୍ରାଏ କରିବେ । ଏହାପରେ ସେଥିରେ ଚିଲ୍ଲୀ ଫ୍ଲେକ୍ସ ପକାଇ ମିକ୍ସ କରି ଗ୍ୟାସ ବନ୍ଦ କରି ,ଏକ ପାତ୍ରକୁ କାଢି ରଖିବେ । ତାପରେ ପୁଣି ଆଉ କିଛି ପିଆଜ ଓ ରସୁଣକୁ ଚୁନ୍ଚୁନ୍ କରି କାଟିବେ । ଏହାପରେ ପୁଣି ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ ଓ ପିଆଜ ପକାଇ ହାଲ୍କା ଫ୍ରାଏ କରିବେ । ଏହାପରେ ସେଥିରେ ଟମାଟୋ ପ୍ୟୁରୀ,ଅଳ୍ପ ଚିନି, ସାମାନ୍ୟ ଭିନେଗାର, ଅଳ୍ପ ଲୁଣ ଏବଂ ଚିଲ୍ଲୀ ଫ୍ଲେକ୍ସ ପକାଇ ଭଲଭାବେ ମିକ୍ସ କରି, କିଛି ସମୟ ପରେ ଗ୍ୟାସ୍ ବନ୍ଦ କରିବେ । ତାପରେ ଚକଟି ରଖିଥିବା ଅଟା, ମଇଦାକୁ ଆଣି ବଡ ବଡ ଗୋଳା ପ୍ରସ୍ତୁତ କରି , ହାତ ସାହାଯ୍ୟରେ ରୁଟି ଭଳି ପ୍ରସ୍ତୁତ କରିବେ । ଏହାପରେ ତାୱାରେ ପକାଇ ଉଭୟ ପାଶ୍ୱର୍ ସେକିବେ । ଏହାପରେ ତା ଉପରେ ପ୍ରସ୍ତୁତ କରି ରଖିଥିବା ଟମାଟୋ ପ୍ୟୁରୀ ମସଲା ଲଗାଇବେ । ତାପରେ ତା ଉପରେ ଚିଜ୍କୁ ଗ୍ରେଡ୍ କରି ପକାଇବେ । ଏହାପରେ ତା ଉପରେ ଫ୍ରାଏ କରି ରଖିଥିବା ପରିବା ପକାଇ ତା ଉପରେ ପୁଣି ଅଳ୍ପ ଚିଜ୍ ଗ୍ରେଡ୍ କରି ପକାଇ ଘଡୋଣୀ ଘୋଡାଇ କମ୍ ଆଂଚରେ ପରିବାକୁ କିଛି ସମୟ ସିଝିବାକୁ ଛାଡିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ତାୱା ପିଜ୍ଜା । ଏବେ ଏହାର ମଜା ନେଇ ପାରିବେ ।