ତେଲ,ଘିଅ,ହଳଦୀ ପାଉଡର,ଲଙ୍କା ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା, ଗୋଲମରିଚ, ଡାଲଚିନି,ତେଜପତ୍ର, ଧନିଆ ପତ୍ର, ପିଆଜ, ରସୁଣ,କଂଚା ଲଙ୍କା, ଟମାଟୋ, କାଜୁ, ଲୁଣ, ଶୁଖିଲା ଲଙ୍କା, ଅଦା, ଗାଜର, ଗ୍ରୀନ୍ ମଟର, ବିନ୍ସ, ଫୁଲକୋବି ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ ହାଣ୍ଡି ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ, ଭଜା ପିଆଜକୁ ଏକ ପାତ୍ରକୁ ଛାଣି ରଖିବେ । ଏବେ ପୁଣି ସେହି ହାଣ୍ଡିରେ ,ବଳିଥିବା ତେଲରେ କାଜୁ ପକାଇ ଭାଜିବେ । ତାପରେ ସେଥିରେ କଟା ଟମାଟୋ, କଟା ରସୁଣ, କଟା ଅଦା, ଶୁଖିଲା ଲଙ୍କା, କଂଚା ଲଙ୍କା, ଲୁଣ ଓ ଅଳ୍ପ ପାଣି ଢାଳି ଟମାଟୋକୁ ମେଲ୍ଟ ହେବା ଯାଏଁ ଛାଡିବେ । ଏହାପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢିବେ । ତାପରେ ପ୍ରଥମେ ଭାଜି ରଖିଥିବା ପିଆଜରେ ଏହି ମସଲାକୁ ମିଶାଇ, ଅଳ୍ପ ପାଣି ଢାଳି ଗ୍ରାଇଣ୍ଡିଂ କରିବେ । ଏହାପରେ ପୁଣି ଗ୍ୟାସରେ ହାଣ୍ଡି ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ଗାଜର, ଗ୍ରୀନ୍ ମଟର, ବିନ୍ସ, ଫୁଲକୋବି ପକାଇ ହାଲକା ଫ୍ରାଏ କରି କାଢିବେ । ପୁଣି ସେହି ହାଣ୍ଡିରେ ଅଳ୍ପ ତେଲ ଓ ଘିଅ ପକାଇ ମିଶାଇବେ । ଏହାପରେ ସେଥିରେ ଛେଚା ରସୁଣ, କଟା କଂଚା ଲଙ୍କା, ଡାଲଚିନି, ଗୋଲମରିଚ, ତେଜପତ୍ର ପକାଇ ମିକ୍ସ କରିବେ । ଏହାପରେ ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ହଳଦୀ ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ମସଲା ପକାଇ, ଅଳ୍ପ ପାଣି ପକାଇ ଗୋଳାଇବେ । ତାପରେ ସେଥିରେ ଫ୍ରାଏ କରି ରଖିଥିବା ପରିବା ପକାଇ ଗୋଳାଇବେ । ପରିବା ଭଲଭାବେ ସିଝିବା ପରେ, ତା ଉପରେ ଗରମ ମସଲା, ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଭେଜ୍ ଦିୱାନି ହାଣ୍ଡି । ଏବେ ଏହାର ମଜା ନେଇ ପାରିବେ ।