-ପ୍ରତିଦିନ ସକାଳେ ଭ୍ରୁସଙ୍ଗ ପତ୍ରରେ ପ୍ରସ୍ତୁତ ଚା’ପିଇବା ଭଲ । ଏହି ପତ୍ରକୁ ଧୋଇ ଖରାରେ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରି , ଏହାକୁ ନାଲି ଚା’ରେ ମିଶାଇ ପିଇଲେ ଏହା ବହୁତ୍ ଉପକାରୀ ।
-ପାଣିକୁ ଫୁଟାଇ ସେଥିରେ ଛେଚା ଅଦା କିଛି ମିଶାଇ ସେଥିରେ ୮,୧୦ଟି ଭ୍ରୁସଙ୍ଗ ପତ୍ର ପକାଇ ୨ ରୁ ୩ ମିନିଟ ଯାଏଁ ଫୁଟାଇ ସେଥିରେ ଅଳ୍ପ ମହୁ ମିଶାଇ ମଧ୍ୟ ପିଇ ପାରିବେ । କିନ୍ତୁ ଏହାକୁ ଉଷୁମ୍ ଉଷୁମ୍ ପିଇବା ଆବଶ୍ୟକ । ଏପରି ନିୟମିତ କରିବା ଫଳରେ ଫଳାଫଳ ନିଜେ ଅନୁଭବ କରି ପାରିବେ ।
-ମଧୁମେହ ରୋଗୀଙ୍କ ନିମନ୍ତେ ଏହି ଚା’ ଔଷଧ ପରି କାମ କରେ । ଭିଟାମିନ୍ ଏ ରେ ଭରପୂର ଏହି ପତ୍ରକୁ ବିଭିନ୍ନ ପ୍ରକାର ଖାଦ୍ୟରେ ମିଶାଇ ଖାଇବା ଦ୍ୱାରା, ଆଖିର ଜ୍ୟୋତି ବୃଦ୍ଧିରେ ସହାୟକ ହୋଇଥାଏ ।
-ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପାନୀୟ ପିଇବା ଦ୍ୱାରା ଏହା ବୃକକ୍, ଯକୃତକୁ ସଂକ୍ରମଣଜନିତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଭ୍ରୁସଙ୍ଗ ପତ୍ର ସେବନ କେଶ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ ।