-ମଜ୍ବୁତ୍ ଇମ୍ୟୁନିଟି ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ । କିୱି ଜୁସ୍ ଇମ୍ୟୁନ ସିଷ୍ଟମ୍ ପାଇଁ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ‘ସି’ ଭରପୁର ମିଳିଥାଏ । ଯାହା ଇମ୍ୟୁନିଟିକୁ ମଜ୍ବୁତ୍ କରିବାରେ ସାହାଯ୍ୟ କରେ ।
-ଆଖି ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଖିକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ କିୱି ଜୁସ୍ । ଏହା ସେବନ କରିବା ଦ୍ୱାରା, ଏହା ଆଖି ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ।
-ବ୍ଲଡ ପ୍ରେସର ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ କିୱି ଜୁସ୍ ସେବନ କରିବା ବହୁତ୍ ଲାଭଦାୟକ । ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭରପୁର ମାତ୍ରାରେ ମିଳିଥାଏ । ଏହା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାଯ୍ୟ କରେ ।
-କିୱି ଜୁସ୍ ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ର ପାଇଁ ଉପକାରୀ ବୋଲି କୁହାଯାଏ । ଏହା ସହିତ ପେଟ ଜନିତ ସମସ୍ୟା ପାଇଁ କିୱି ଜୁସ୍ ସେବନ କରିବା ଲାଭଦାୟକ ହୋଇଥାଏ ।
-ଅତ୍ୟଧିକ ମୋଟା ହୋଇଥିଲେ, ଓଜନ ହ୍ରାସ କରିବାକୁ ଚାହୁଁଥିଲେ, କିୱି ଜୁସ୍ ସେବନ କରିପାରିବେ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।