ଅଧିକ ଜାଣିବା ପାଇଁ ପଢନ୍ତୁ ଭାରତ ଖବର
ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଟୁଥପେଷ୍ଟ ଦାନ୍ତ ସଫା ରଖିବାର ଗ୍ୟାରେଣ୍ଟି ଦିଅନ୍ତି । କିନ୍ତୁ ସତରେ କଣ ତାହା ଦାନ୍ତ ସଫା କରେ ? ଏଥି ସହିତ, ଦନ୍ତ ଚିକିତ୍ସକଙ୍କ ନିକଟରେ ଦାନ୍ତ ସଫା କରିବା ଦ୍ଵାର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଏସବୁ ସମାଧାନ କେବଳ ଗୋଟିଏ ମାତ୍ର ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତକୁ ସଫା କରନ୍ତୁ ।
କେମିତି କରିବେ ଦାନ୍ତ ସଫା ?
ଦାନ୍ତର ହଳଦିଆପଣ ଦ୍ଵର କରିବାକୁ ଅଦା ରସ ସହ ଲୁଣ ମିଶାଇ ବ୍ୟବହାର କରିପାରିବେ । ଅଦାରେ ଏମିତି ତତ୍ତ୍ଵ ଅଛି, ଯାହା ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ । ଲୁଣ ମଧ୍ୟ ଦାନ୍ତରେ ଜମିଥିବା ଅସନାକୁ ସଫା କରିବାରେ ଲାଭଦାୟୀ ହୋଇଥାଏ । ଅଦା ରସ ସହ ଲୁଣ ମିଶାଇ ଦାନ୍ତରେ ବ୍ୟବହାର କରନ୍ତୁ । ଏହି ଉପଚାରକୁ ଚାରି ସପ୍ତାହରେ ଦିନକୁ ଥରେ ଲଗାଇବା ଦ୍ଵାରା ହଳଦିଆ ଦାନ୍ତ ସମସ୍ୟା ଚୁଟକିରେ ଦ୍ଵର କରିପାରିବେ ।