ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ । ତାକୁ ନେଇ ଚିନ୍ତିତ କି ? ତେବେ ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ ।
ମେଷ-
କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଚାକିରିରେ ତୀକ ବୃଦ୍ଧିମତାର ପରିଚୟ ଦେବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ରାଜନିତିରେ ସତ୍ୟବାଦି ହେବେ । ଲେଖାପଢାରେ ଧନ ଅର୍ଜନ କରିବେ । ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ଶରୀରରେ ଆଘାତ ପାଇ ପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳା ମାନେ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇ ପାରନ୍ତି
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ କରିବେ । ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶ୍ବରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ । ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । ମହିଳା ମାନେ ଧର୍ମପରାୟଣ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
କନ୍ୟା-
କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ । ପ୍ରଶଂସା ପ୍ରାପ୍ତିର ସୈାଭାଗ୍ୟ ଅର୍ଜନ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇପାରନ୍ତି । ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ଶିକ୍ଷାର୍ଥୀ ମାନେ ପଢାରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ । ମହିଳା ମାନେ ସଜବାଜରେ ଦିନ କଟିବେ । ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । ସାମାଜିକ କାର୍ୟ୍ୟରେ ରୁଚି ବଢିବ । ମହିଳା ମାନେ ଅନ୍ୟକୁ ସାହା କରିବେ । ପୂର୍ବରୁ ଅର୍ଜିତ କରିଥିବା ସମ୍ପତିକୁ ନେଇ କିଛି ବିଶେଷ ଯୋଗନା ପ୍ରସ୍ତୁତ କରିପାରନ୍ତି
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହି ପାରନ୍ତି। ସଞ୍ଚିତ ଅର୍ଥ ବୃଦ୍ଧି ପାଇବା ସହିତ ଅନେକ କ୍ଷେତ୍ରରେ କିଛି ଅର୍ଥ ନିବେଶ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
ପିତାମାତାଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ । ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଦେଶଭକ୍ତିର କଲମରେ, ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26 । ଏବେ ବି ସାକ୍ଷୀ କାରଗିଲରେ ଦଣ୍ଡାୟମାନ ହୋଇ ରହିଥିବା ସେହିସବୁ ଗିରିଶୃଙ୍ଗ । ଯାହାକୁ ସେଦିନ ରକ୍ତରେ ଭିଜାଇ ତ୍ରିରଙ୍ଗାର ଟେକ ରଖିଥିଲେ ଶୌର୍ଯ୍ୟ, ସଂଗ୍ରାମର ତିଳକ ପିନ୍ଧିଥିବା ଭାରତୀୟ ସେନାର ବୀର ଯବାନ । ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରକୁ ବୀରତ୍ବର ଥାପ୍ପଡ ଲଗାଇ, ସେନାମୁଖ୍ୟ ପରଭେଜ୍ ମୁଶାରଫ ଜିହାଦର ଜାମା ପିନ୍ଧାଇ ପଠାଇଥିବା ସୈନିକଙ୍କୁ କବର ଦେଇ ଇତିହାସରେ ନୂଆ ଏକ ଅଧ୍ୟାୟ ଲେଖିଥିଲା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଭାରତ । ସେଥିପାଇଁ ପ୍ରତିବର୍ଷ ଜୁଲାଇ 26ରେ ପାଳନ ହେଉଛି ପରାକ୍ରମ ଦିବସ ।
ପରାକ୍ରମ ଦିବସ ଅବସରରେ ୧୯୯୯ର ସେହି ପରାକ୍ରମୀଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ସ୍ମାରକୀସ୍ଥଳକୁ ଯାଇ ପ୍ରଧାନମନ୍ତ୍ରୀ କାରଗିଲ ଯୁଦ୍ଧରେ ପ୍ରାଣର ଆହୁତି ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ଏଥିସହ ପାକିସ୍ତାନ ଉପରେ ଭୀଷଣ ବର୍ଷିଛନ୍ତି । ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆଡ୍ଡା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି । ସବୁ ଷଡ଼ଯନ୍ତ୍ରରେ ଫେଲ୍ ମାରିଥିଲେ ବି ନିଜ ଇତିହାସରୁ ପାକିସ୍ତାନ କିଛି ଶିଖିପାରିନି । ତେବେ ପାକିସ୍ତାନକୁ ସେନା ଦୃଢ଼ ଜବାବ ଦେଇ ଆସିଛି, ଆଗକୁ ବି ଦେଇ ଚାଲିବ କହି ସୀମା ଏପଟୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧର ସହିଦମାନଙ୍କ ପରିବାରକୁ ଭେଟି ବିଜୟ ଦିବସ ଅବସରରେ ଆଶ୍ବାସନା ଜଣାଇଛନ୍ତି ମୋଦି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବି ବୀରତ୍ବ ପ୍ରଦର୍ଶନ କରାଯାଇଛି ।
ଏପଟେ କାରଗିଲ୍ ଦିବସର ରଜତ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରୁ ଥିରୁଅନନ୍ତପୁରମ, ଲକ୍ଷ୍ନୌରୁ କୋଲକାତା, ଭୋପାଳ, ଜୟପୁର, ଡେରାଡୁନ୍, ସବୁଠି ସହିଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ୱାର ମେମୋରିଆଲରେ ତିନି ସେନାମୁଖ୍ୟଙ୍କ ସହ ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।
କାରଗିଲ୍ ସଂଗ୍ରାମରେ ଯୁଝି, ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା 13 ଜଣ ଓଡ଼ିଆଙ୍କ ବୀରତ୍ବଗାଥା ବି କିଛି କମ୍ ନୁହେଁ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣାଙ୍କୁ ଝୁରୁଛି ଜନ୍ମମାଟି । ପ୍ରତିଦିନ ସହିଦ ଗୋପୀନାଥଙ୍କ ମାଆ ଗାଁରେ ଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖକୁ ଆସି ଫୁଲ ଦେଲା ବେଳେ ଆଖିରେ ଲୁହ ଜକେଇ ହୋଇ ଯାଏ । ଆସ୍କା ମାଟିର ଗର୍ବ ଓ ଗୌରବ ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କୁ ବି ଝୁରି ହେଉଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ । ବିଜେପି ପକ୍ଷରୁ ମଧ୍ୟ ସାରା ରାଜ୍ୟରେ ପାଳନ କରାଯାଇଛି ସହିଦ ଦିବସ ।
60 ଦିନର ଲମ୍ବା ସଂଘର୍ଷ ପରେ ୧୮ ହଜାର ଫୁଟ୍ ଉଚ୍ଚରେ ଲୁଚି ରହିଥିବା ଶତ୍ରୁଙ୍କୁ ମାତ୍ ଦେଇ ବିଜୟ ଉଲ୍ଲାସ ପାଳିଥିଲା ସାରାଦେଶ । ହେଲେ ଏହା ପଛରେ ଥିଲା ୨୬ ଅଫିସର ଓ ୫୨୭ ଯବାନଙ୍କ ବଳିଦାନ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଘଟିଛି ଅନ୍ତ। ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ, ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଆଜି ଶୁଭ ଉଦଘାଟନ। ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତା ଯେମିତି ସ୍ବତନ୍ତ୍ର ,ଏହାର ଓପନିଙ୍ଗ ସେରିମନି ମଧ୍ୟ ଚଳିତ ଥର ହେବ ଅନନ୍ୟ।୧୮୯୬ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ଉଦଘାଟନୀ ପାଭିଲିୟନ ଭିତରେ ନହୋଇ ୧୨୮ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ହେବ ପ୍ୟାରିସର ସିନ୍ ନଦୀ କୂଳରେ।
୩୩ତମ ଅଲିମ୍ପିକ୍ସ ଗେମକୁ ଅଭୁଲା ରଖିବା ପାଇଁ ଫ୍ରାନ୍ସ କରିଛି ସବୁ ପ୍ରକାର ତୟାରି। ୯୪ଟି ନୌକାରେ ସିନ୍ ନଦୀ କୂଳରେ ପ୍ୟାରେଡ଼ କରିବେ ୧୦ ହଜାର ୫୦୦ରୁ ଉର୍ଦ୍ଧ୍ବ ଆଥେଲିଟ୍ସ। ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେରିମନିରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ୟାରେଡ଼ ଅନୁଷ୍ଠିତ ହେବ। ଖେଳାଳି ପୁରା ସହର ବୁଲି ଟ୍ରୋକେଡାରୀ ଗାର୍ଡ଼େନ ପହଁଚିବା ପରେ ଆରମ୍ଭ ହେବ ଫାଇନାଲ୍ ଶୋ'। ଆଉ ଶୋ ଦେଖିବାକୁ ୩ ଲକ୍ଷରୁ ବି ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା।
ଅଲମ୍ପିକ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରତିଥର ୫ଟି ସ୍ଥାନ ସ୍ଥିର ଥାଏ। ୧୮୯୬ରେ ମଡ଼ର୍ଣ୍ଣ ଅଲମ୍ପିକ୍ସର ଆରମ୍ଭ ୟୁନାନ ରୁ ହୋଇଥିବାରୁ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରଥମ ସ୍ଥାନରେ ଗ୍ରୀସ୍ ରହିବ। ଏହାପରେ ଦ୍ବିତୀୟ ସ୍ଥାନରେ ଅଲମ୍ପିକର ରିଫ୍ୟୁଜି ଟିମ ରହିଥାଏ। ଭାରତର ଅଲମ୍ପିକ ଦଳ ୮୪ ନମ୍ବରରେ ରହିବ।
୧୧୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଅଲମ୍ପିକ ଦଳର ଫ୍ଲାଇଂ ବିଅରର ଷ୍ଟାର ସଟଲର୍ ପି ଭି ସିନ୍ଧୁ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଳ ତ୍ରିରଙ୍ଗା ଧରି ଆଗରେ ଚାଲିବେ। ପି ଭି ସିନ୍ଧୁ ଭାରତୀୟ ଦଳର ଏକମାତ୍ର ମହିଳା ଖେଳାଳି ଯିଏକି ଦୁଇଥର ଅଲମ୍ପିକ ମେଡାଲ୍ ହାତେଇଛନ୍ତି। ଓପନିଙ୍ଗ ସେରିମନି ସ୍ଥାନୀୟ ସମୟ ୭ଟା ୩୦ ଏବଂ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ।
ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ଦେଖିବାକୁ ମିଳିଛି । କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଡାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର