ଚୌଧୁରୀ ଜାନୁଆରୀରେ ପ୍ରତିରକ୍ଷା ସଚିବ ହୋଇଥିଲେ ଏବଂ ଜୁନ୍ 14ରେ ସରକାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ସଚିବ ପଦରେ ପଦୋନ୍ନତି ଦେଇଥିଲେ। ସୋମବାର ସକାଳ ସୁଦ୍ଧା ବାଂଲାଦେଶ ସମୁଦାୟ 137,787 COVID-19 ମାମଲା ରିପୋର୍ଟ କରିଛି ଏବଂ 1,738 ଜଣଙ୍କର ମୃତ୍ୟୁ ଘଟିଛି।
ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ୍ ଚୌଧୁରୀଙ୍କର କୋଭିଡ -19ରେ ମୃତ୍ୟୁ
ନୂଆଦିଲ୍ଲୀ : ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ୍ ଚୌଧୁରୀଙ୍କର କୋଭିଡ -19ରେ ମୃତ୍ୟୁ ଘଟିଛି। ସେ ଢାକା ସ୍ଥିତ ମିଳିତ ମିଲିଟାରୀ ହସ୍ପିଟାଲ (ସିଏମ୍ଏଚ୍)ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ମେ 29ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଜୁନ୍ 6ରେ କୋଭିଡ୍ -19 ପଜିଟିଭ୍ ପରୀକ୍ଷା କରାଯାଇଥିଲା। ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଜୁନ୍ 18ରେ ଇଣ୍ଟେନ୍ସିଭ୍ କେୟାର ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ସକାଳେ ହୃଦ୍ଘାତରେ ପୀଡିତ ହେବା ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।
Download Argus News App
