ଏ ସମସ୍ତ ଘଟଣା, ଯାହା ଆମେ ଏଠି ଅବତାରଣା କଲୁ, ଏହା ଆମେରିକା ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସର । ଏକ ବିମାନ ଲସ୍ ଭେଗାସଠାରୁ ଓହିଓର କଲମ୍ବସ୍ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ବିମାନଟିକୁ ଲସ୍ ଭେଗାସରେ ଅବତରଣ କରାଯାଇଥିଲା। କିନ୍ତୁ ଏହି ସନ୍ଧିକ୍ଷଣ ମଧ୍ୟରେ ଯେଉଁ ଯାତ୍ରୀ କକପିଟ୍ ସମ୍ଭାଳିଳେ ତାଙ୍କୁ ସମସ୍ତେ ଭୂୟଶୀ ପ୍ରଶଂସା କରିଛନ୍ତି।
ସିଏନ୍ଏନ୍ ରିପୋର୍ଟ କହୁଛି, ବିମାନ ଚଳାଇ ନେଇଥିବା ଯାତ୍ରୀଜଣକ ମଧ୍ୟ ଜଣେ ପେସାଦାର ପାଇଲଟ୍ ଥିଲେ। ଯେଉଁଥିପାଇଁ ସୌଭାଗ୍ୟକୁ ସମସ୍ତ କଥା ତୁଟିଗଲା। ସେ ଅନ୍ୟ ଏକ ଘରୋଇ ବିମାନର ପାଇଲଟ ଥିଲେ ବି ଅସୁବିଧା ସମୟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ସମସ୍ତଙ୍କ ଧନ୍ୟବାଦର ପାତ୍ର ହୋଇଛନ୍ତି।