ସେ କହିଛନ୍ତି ଯେ ପାକିସ୍ତାନ ସରକାର ହେଉଛି ଦୁର୍ନୀତିଗ୍ରସ୍ତ । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ଓ ବିଦେଶରେ ବାଣିଜ୍ୟ ରହିଛି ।
ପାକିସ୍ତାନରେ ଏକ ଜନସଭାକୁ ସମ୍ବୋଧିତ କରି ଇମରାନ ଖାନ ପାକିସ୍ତାନୀ ନାଗରିକଙ୍କୁ କହିଛନ୍ତି ଯେ ଆପଣ ମାନେ ବିଶ୍ୱର ଯେ କୌଣସି ଗୋଟିଏ ଦେଶର ନାମ କହନ୍ତୁ ଯାହାର ପ୍ରଧାନମନ୍ତ୍ରୀ ନିକଟରେ ଶହ ଶହ କୋଟି ଟଙ୍କାର ସମ୍ପତି ଅନ୍ୟ ଦେଶରେ ଥିବ । ଆମର ପଡୋଶୀ ଦେଶ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶରେ କେତେ ସମ୍ପତ୍ତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିଦେଶରେ କେତେ ବିପୁଳ ପରିମାଣରେ ସମ୍ପତ୍ତି ଅଛି ଓ କେତେ ବିଜନନେସ ରହିଛି ତାହାର କଳ୍ପନା ମଧ୍ୟ କରି ପାରିବେ ନାହିଁ ତାକୁ କେହି ଭାବି ପାରିବେ ନାହିଁ ।ତାଙ୍କର ପୁଅ ଝିଅ ମାନଙ୍କର ବ୍ରିଟେନର ପାସପୋର୍ଟ ରହିଛି । ଏପରି ସେତେବେଳେ ହୁଏ ଯେତେବେଳେ ଶକ୍ତିଶାଳୀଙ୍କ ପାଇଁ ଭିନ୍ନ ଆଇନ ଓ ଦୁର୍ବଳଙ୍କ ପାଇଁ ଭିନ୍ନ ଆଇନ ରହିଥାଏ । ପାକିସ୍ତାନରେ ଏପରି ହିଁ ହେଉଛି ।
ପ୍ରଧମ ଥର ପାଇଁ ଇମରାନ ଖାନ ଭାରତର ପ୍ରଶଂସା କରିଛନ୍ତି ଏପରି ନୁହେଁ । ଏହା ପୂର୍ବରୁ ମଧ୍ୟ . ସେ ଭାରତର ପ୍ରଶଂସା କରିସାରିଛନ୍ତି । ସେ କହିଥିଲେ ଯେ ଭାରତ ଆମ ସହିତ ସ୍ବାଧୀନ ହେଲା । ହେଲେ ଆଜି ପାକିସ୍ତାନର ଅବସ୍ଥା କଣ ଓ ଭାରତର ଅବସ୍ଥା କଣ । ଭାରତ ହେଉଛି ଏକ ସ୍ୱାଭିମାନୀ ଦେଶ । କୌଣସି ସୁପର ପାୱାର ଭାରତକୁ ଧମକ ଦେଇ ଡରାଇ ପାରିବ ନାହିଁ। ଭାରତ ତାର ଦେଶର ସ୍ୱାର୍ଥ ଦୃଷ୍ଟିରୁ ଯାହା ଭଲ ତାକୁ କରିବ । ୟୁରୋପୀୟ ଦେଶ ମାନେ ଋଷ ଉପରେ ବ୍ୟାନ ଲଗାଇବା ସତ୍ୱେ ଭାରତ ରୁଷ ଠାରୁ ତେଳ କିଣୁଛି । ଏହାକୁ କୁହା ଯାଏ ସ୍ୱାଭିମାନୀ ଦେଶ ।