ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ । ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ନଫତାଲୀଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ।
ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ମୋଦିଙ୍କୁ ସାକ୍ଷାତ କରିବେ ନେଫତାଲୀ

ଅର୍ଗସ ବ୍ୟୁରୋ: ୩ ଦିନିଆ ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ।ଅବସରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଅନେକ ବୈଠକ ହେବାର ସୂଚନା ରହିଛି । ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ। ଗସ୍ତକୁ ନେଇ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଅଧିକ ଉତ୍ସାହିତ ଅଛନ୍ତି। ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ।
Download Argus News App
