ବିକିନି ପିନ୍ଧି ଫଟୋ ଛାଡିବାରୁ ଗଲା ଡାକ୍ତର ଚାକିରି। ଏହା ସହ ତାଙ୍କର ପାସପୋର୍ଟ ବି ହେଲା ଜବତ। ଏମିତିକି ପାସପୋର୍ଟ ଜବତ ହେଲା ପରେ ସେ ବାହାରକୁ ବୁଲିବାକୁ ଯାଇ ପାରୁ ନାହାନ୍ତି। ତାଙ୍କ ଉପରେ ଲାଗିଥିବା ଏହି କଟକଣାକୁ ଲୋକେ ବିରୋଧ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଖୁବ ଚର୍ଚ୍ଚାରେ ଏହି ମହିଳା ଡାକ୍ତର।
ତେବେ ମଡେଲିଂ ପାଇଁ ଇଂଷ୍ଟାଗ୍ରାମରେ ତାଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । । ଲକ୍ଷାଧିକ ଟଙ୍କା ମଧ୍ୟ ସେ ଆୟ କରୁଛନ୍ତି। ରଖିଥିବା ଡାକ୍ତର ନାଙ୍ଗ ମିୱେ ସାନ୍ ବାସ୍ତବରେ ମଡେଲ ହେବାକୁ ଚାହୁଁ ଥିଲେ। କିନ୍ତୁ ମା' ବାପାଙ୍କ ଚାପରେ ସେ ଡାକ୍ତର ହୋଇଥିଲେ । ପରେ ହସ୍ପିଟାଲରେ କିଛି ବର୍ଷ ରୋଗୀ ସେବା କରିବା ପରେ ସେ ଫଟୋସୁଟ୍ରେ ଅଂଶଗ୍ରହଣ କରିବା ଆରମ୍ଭ କଲେ । ହେଲେ ତାଙ୍କୁ ଗ୍ଲାମରସ୍ ଫଟୋ ପୋଷ୍ଟ କରିବାକୁ ବାରଣ କରାଗଲା। ତେବେ ସେ ମାନି ନଥିଲେ। ବାରମ୍ବାର ତାଙ୍କର ହର୍ଟ ଫଟୋ ଛାଡିଥିଲେ। ଶେଷରେ ୩୩ ବର୍ଷୀୟ ନାଙ୍ଗଙ୍କର ଡାକ୍ତରୀ ଲାଇସେନ୍ସ ରଦ୍ଦ କରିଦିଆଗଲା । ଏହା ପରେ ପରେ ତାଙ୍କର ବାହାରକୁ ଯିବା ମଧ୍ୟ କଟକଣା ଲାଗୁ ହୋଇଛି।
ନାଙ୍ଗ ବ୍ୟାଙ୍କକ୍କୁ ଯିବାକୁ ଚାହୁଁଥିଲେ । କିନ୍ତୁ ୟାଙ୍ଗପୋନର ପାସପୋର୍ଟ ଅଫିସ୍ ତାଙ୍କୁ ପାସ୍ପୋର୍ଟ ଫେରାଇଲା ନାହିଁ। ସେ ପାସପୋର୍ଟ ରିନ୍ୟୁ କରାଇବାକୁ ଚାହିଲେ। କିନ୍ତୁ ତାଙ୍କୁ ଗସ୍ତ ବାତିଲ କରିବାକୁ ପଡ଼ିଲା । ଗତ ମାର୍ଚ୍ଚ ୩୧ ତାରିଖରୁ ତାଙ୍କର ପାସପୋର୍ଟ ରଖାଯାଇଛି। ନାଙ୍ଗ ଏହାକୁ ଅନ୍ୟାୟ ବୋଲି କହିବା ସହିତ ତାଙ୍କ ଅଧିକାର କ୍ଷୂର୍ଣ୍ଣ ହେଉଛି ବୋଲି କହିଛନ୍ତି ।
ଡାକ୍ତରୀ ପେସା ଅପେକ୍ଷା ମଡେଲିଂ ରେ ସେ ଅଧିକ ଆୟ କରୁଛନ୍ତି ନାଙ୍ଗ । ଇଂଷ୍ଟାଗ୍ରାମରେ ତାଙ୍କର ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ତେବେ ଚାକିରୀ ଅପେକ୍ଷା ନିଜ ପାସପୋର୍ଟ କେବେ ମିଳିବ ତା ନେଇ ସେ ଚିନ୍ତାରେ। ତାଙ୍କର ପ୍ରଶଂସାକ ମାନେ ବି ଏହି କଟକଣାକୁ ବିରୋଧ କରୁଛନ୍ତି।