ସୂତ୍ରରୁ ପ୍ରକାଶ ଯେ ଇରାକର ରାଜଧାନୀର ଡିଆଲା ବ୍ରିଜ ଅଞ୍ଚଳରେ ଥିବା ଇବନ ଖତିବ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଏକ ଅମ୍ଳଜାନ ଟାଙ୍କି ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ 27 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 46 ଜଣ ଗୁରୁତର ଆହତ ହୋଇଥିଲେ ।
ଅନ୍ୟପଟେ ମେଡିକାଲରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କୁ ମଧ୍ୟ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ଇରାକର ସିଭିଲ୍ ଡିଫେନ୍ସ ୟୁନିଟର ମୁଖ୍ୟ କହିଛନ୍ତି ଯେ ଫୁସଫୁସ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ପାଇଁ ନିର୍ମିତ ଚଟାଣରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ, ଇରାକରେ କୋରୋନା ପଜିଟିଭ ସଂଖ୍ୟା 102,5288 ରହିଥିବାବେଳେ 15,217 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।