ସେପ୍ଟେମ୍ୱର ୧୯ରେ ୱେଷ୍ଟମିନିଷ୍ଟର ଏମ୍ୱେରେ ମହାରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ।ଗତ ଗୁରୁବାର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା। ସ୍କଟଲ୍ୟାଣ୍ଡର କ୍ୟାସଲରେ ତାଙ୍କର ଦେହାନ୍ତ ହୋଇଥିଲା। ମଙ୍ଗଳବାର ତାଙ୍କର ପାର୍ଥିବ ଶରୀର ଲଣ୍ଡନରେ ପହଞ୍ଚିଥିଲା। ଏହାପରେ ବୁଧବାର ଠାରୁ ଚାରି ଦିନ ପାଇଁ ମହାରାଣୀଙ୍କ ପାର୍ଥିବ ଶରୀରକୁ ୱେଷ୍ଟମିନିଷ୍ଟର ହଲରେ ରଖାଯିବ।
ବିଦେଶ ଖବର ଆହୁରି ପଢନ୍ତୁ ।
ଦୁଇ ଦିନିଆ ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ: ମହାରାଣୀ ଏଲଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଦୁଇଦିନିଆ ଲଣ୍ଡନ ଗସ୍ତରେ ଯିବେ ଦ୍ରୌପଦୀ ।ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଶତାଧିକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବା ନେଇ ଆଶା କରାଯାଉଛି । ବ୍ରିଟେନରେ ଏହି ଦିନ ସାର୍ବଜନୀନ ଛୁଟି ଘୋଷଣ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ସେପ୍ଟେମ୍ୱର ୧୭ରୁ ୧୯ ଦୁଇ ଦିନିଆ ବ୍ରିଟେନ ଗସ୍ତ ଯାଇଁ ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବେ।
Download Argus News App
