ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ କଲେ ତାରିଫ। ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତ୍କାର ଦେଇ ଭାରତ ସରକାରଙ୍କର କୋଭିଡ-୧୯ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ।
ଦୁଇ ଦେଶ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ମତଭେଦ ରହିପାରେ। ତେବେ ପରସ୍ପର ଆଲୋଚନା କରି ଏହାର ସମାଧାନ କରିପାରିବେ। ସେ କହିଛନ୍ତି “ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି। ସେ କବେଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି। ଯାହା ପ୍ରକୃତରେ ବହୁତ ସାହାଯ୍ୟ କଲା। ଏହା ବାଦ୍ ଆମେ ଟଙ୍କା ଦେଇ ମଧ୍ୟ ଭାରତରୁ ଟିକା କିଣୁଛି।” ବାଂଲାଦେଶରେ ଟିକାକରଣ ନେଇ ମଧ୍ୟ ସୂଚନା ଦେଇଥିଲେ ଶେଖ ହସୀନା। ନିଜ ଦେଶରେ ୯୦ ପ୍ରତିଶତ ନାଗରିକ ଟିକା ନେଇସାରିଥିବା ସେ କହିଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।