ଅର୍ଗସ ବ୍ୟୁରୋ : ହଲିଉଡ ଆକ୍ଟ୍ରେସ ଅମାଣ୍ଡା ବାଇନ୍ସ । ଆମେରିକାର ଜଣେ ଚର୍ଚ୍ଚିତ ଚେହେରା । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଢେର ଅଧିକ । ହେଲେ ଗତ କିଛି ବର୍ଷ ତାଙ୍କର ମାନସିକ ରୋଗ ଦେଖାଦେଇଛି । ଯାହାକୁ ନେଇ ତାଙ୍କ ଫ୍ୟାନମାନେ ଦୁଃଖ ପ୍ରକାଶ କରିଛନ୍ତି । କିଛିଦିନ ତଳେ ଅମାଣ୍ଡା ଲସ ଆଞ୍ଜେଲସର ସହରରେ ନଗ୍ନ ଅବସ୍ଥାରେ ବୁଲୁଥିଲେ । ସେଠାରେ ଆସୁଥିବା ଏକ କାରକୁ ସେ ଅଟକାଇ ଦେଇଥିଲେ ଏବଂ ନିଜ ବିଷୟରେ କହିବାକୁ ଲାଗିଥିଲେ । ପରେ ଯେତେବେଳେ ତାଙ୍କୁ ଜଣା ପଡିଥିଲା ଯେ ସେ ନଗ୍ନ ଅଛନ୍ତି, ସେତେବେଳେ ସେ ମହିଳା ହେଲ୍ପ ଲାଇନ ନମ୍ବର ୯୧୧କୁ କଲ କରିଥିଲେ ।
ଅଧିକ ପଢନ୍ତୁ : ପାମେଲଙ୍କ ନାଁରେ ୮୧ କୋଟିର ୱିଲ କରିଲେ ୧୨ ଦିନିଆ ସ୍ୱାମୀ
ଏହାପରେ ତାଙ୍କୁ ନିଆଯାଇ ମାନସିକ ରୋଗ ଟ୍ରିଟମେଣ୍ଟରେ ୭୨ ଘଣ୍ଟା ରଖାଯାଇଥିଲା । ତେବେ ରିପୋର୍ଟ ମୁତାବକ ଅମାଣ୍ଡା ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ତେବେ ଆକ୍ଟ୍ରେସଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ କହିବା ଅନୁଯାୟୀ ଅମାଣ୍ଡା ବାଏପୋଲାର ଡିସଅର୍ଡରରେ ଆକ୍ରାନ୍ତ । ସେ ସବଦିନ ଟାଇମରେ ଔଷଧ ଖାଉନାହାନ୍ତି, ସେଥିପାଇଁ ଏପରି ମାନସିକ ରୋଗୀ ଭଳି ବ୍ୟବହାର କରୁଛନ୍ତି ।ତେବେ ଏବେ ସେ କିଛିଦିନ ମେଡିକାଲ ଟ୍ରିଟମେଣ୍ଟରେ ରହିବେ ବୋଲି ଡାକ୍ତରଙ୍କ ପାଖରୁ ସୂଚନା ମିଳିଛି ।