ସ୍ପିଡରେ ଥିବା ଟ୍ରେନଟି ଶେଷ ଷ୍ଟେସନକୁ ଭାଙ୍ଗି ଟ୍ରାକ୍ ପାର ହୋଇ ଶୂନ୍ୟରେ ପହଞ୍ଚିସାରିଥିଲା କିନ୍ତୁ ସୌଭାଗ୍ୟ ବସତଃ ଟ୍ରେନର ଇଞ୍ଜିନ ଏହି ତିମି ମାଛର ଲାଞ୍ଜ ଉପରେ ଲାଗିଥିଲା । ଆଉ ବଡ଼ ଅଦ୍ଭୁତ ଢଙ୍ଗରେ ସେଠାରେ ଅଟକି ରହିଯାଇଥିଲା ଟ୍ରେନ୍ ଓ ଟଳି ଯାଇଥିଲା ଏକ ବଡ଼ ଦୁର୍ଘଟଣା । ଅବଶ୍ୟ ଟ୍ରେନରେ ଡ୍ରାଇଭରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଯାତ୍ରୀ ନଥିଲେ । ଆଉ ଡ୍ରାଇଭର ବି ବଞ୍ଚିବା ଆଶା ଛାଡ଼ି ଦେଇଥିଲେ । ଟ୍ରେନଟି ଯେଉଁଠାରେ ଖସିଥାନ୍ତା ସେଠାରେ ଏକ ପାର୍କ ଅଛି ଓ ତା ନିକଟରେ ଜନବସିତି ମଧ୍ୟ ରହିଛି । ଯଦି ପୁରା ଟ୍ରେନଟି ଆସି ତଳେ ପଡ଼ିଥାନ୍ତା ତେବେ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ଥିଲା । 20 ବର୍ଷ ତଳେ ତିମି ଲାଞ୍ଜ ସଦୃଶ ଏ ବିଶାଳ କଳାକୃତି ନିର୍ମାଣ କରାଯାଇଥିଲା । ସେତେବେଳେ ସ୍ଥପତିମାନେ କେବେ ଭାବି ନଥିବେ ଯେ ସେମାନଙ୍କର ଏହି କଳା ଦିନେ ଏପରି କାମରେ ବି ଆସିପାରିବ । ତେବେ ଟ୍ରେନକୁ ସେଠାରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି।
ଅର୍ଗସ ଵ୍ୟୁରୋ: କଥାରେ ଅଛି ରଖେ ହରି ମାରେ କିଏ। ତିମି ଲାଞ୍ଜ ଉପରେ ଲଟକିଗଲା ଟ୍ରେନ। ଏହି ଚତ୍ର ନେଦରଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ଷ୍ଟେସନ ପାଖରେ ଏକ ପାର୍କରେ ନିର୍ମିତ ହୋଇଥିବା ତିମି ଲାଞ୍ଜ ଆକୃତିର ଦୁଇଟି ବିଶାଳ କଳାକୃତି ଏକ ବଡ ଦୁର୍ଘଟଣାକୁ ରୋକି ପାରିଛି। ନେଦରଲ୍ୟାଣ୍ଡର ରୋଟର ଡ୍ୟାମ୍ ସହରରେ ଏକ ମେଟ୍ରୋ ଟ୍ରେନ୍ ନିୟନ୍ତ୍ରଣ ହରାଇଥିଲା।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
