ଅତୀତରେ ହୋଇଥିବା ଅନୁସନ୍ଧାନ ଅନୁସାରେ ଉଚ୍ଚ ସ୍ତରୀୟ ଶାରିରୀକ ଗତିବିଧି ଅପମୃତ୍ୟୁ ଓ ଦୀର୍ଘ ଅବଧିର ରୋଗ ହ୍ରାସ ସହିତ ସଂଶ୍ଲିଷ୍ଟ। କିନ୍ତୁ ଏହିସବୁ ରୋଗ ସମ୍ପର୍କିତ ଆଶଙ୍କା ବ୍ୟାୟମ କରୁଥିବା ବ୍ୟକ୍ତିଙ୍କୁ କେତେ ପ୍ରଭାବିତ କରିଥାଏ, ତାହା ଚିହ୍ନଟ କରିବା କଷ୍ଟକର। ଏହି ପ୍ରଭାବକୁ ଜାଣିବାକୁ ବ୍ରିଟେନର କେମ୍ବ୍ରିଜ ବିଶ୍ବିବଦ୍ୟାଳୟର ବୈଜ୍ଞାନିକମାନେ ବ୍ୟାପକ ରୂପେ ୧୯୬ଟି ଅଧ୍ୟୟନର ତଥ୍ୟକୁ ବିଶ୍ଲେଷଣ କରିଥିଲେ। ୩କୋଟିରୁ ଅଧିକ ବୟସ୍କଙ୍କୁ ହାରାହାରି ୧୦ବର୍ଷ ଧରି ଯାଞ୍ଚ କରାଯାଇଥିଲା। ଅଧ୍ୟୟନର ଫଳ ବ୍ରିଟିଶ ପତ୍ରିକା ସ୍ପୋର୍ଟ୍ସ ମେଡିସିନରେ ପ୍ରକାଶ ପାଇଛି।
ସପ୍ତାହକୁ ୧୫୦ ମିନିଟ ମଧ୍ୟରୁ ଜୋରଦାର ଏରୋବିକ ବ୍ୟାୟାମ କରିଥିଲେ ସେମାନଙ୍କର ଯେକୌଣସି କାରଣଜନିତ ମୃତ୍ୟୁ ଆଶଙ୍କା ୩୧ ପ୍ରତିଶତ କମ ଜଣାପଡ଼ିଥିଲା। ସେତିକି ନୁହେଁ ହୃଦରୋଗ ମୃତ୍ୟୁ ଆଶଙ୍କା ୨୯ ପ୍ରତିଶତ ଏବଂ କର୍କଟ ଜନିତ ମୃତ୍ୟୁ ଆଶଙ୍କା ୧୫ ପ୍ରତିଶତ କମ ବୋଲି ଜଣାପଡ଼ିଛି। ସମାନ ମାତ୍ରାର ବ୍ୟାୟାମ ଯୋଗୁ ହୃଦରୋଗ ବିକାଶ ଆଶଙ୍କା ୨୭ ପ୍ରତିଶତ ଏବଂ କର୍କଟ ରୋଗ ବିକାଶର ଆଶଙ୍କା ୧୨ ପ୍ରତିଶତ ହ୍ରାସ ପାଇଥିଲା।