ଘିଅ କଫି ଉପକାରିତା
ଶକ୍ତି ବଢିବା:- କଫିରେ ଘିଅ ମିଶାଇବା ଦ୍ୱାରା ଏହା ଏକ ଉତ୍ତମ ଶକ୍ତି ଉତ୍ସ କରିଥାଏ । ଯାହା ଦିନସାରା ଶକ୍ତି ସ୍ତରକୁ ବଜାୟ ରଖେ । ଘିଅରେ ଥିବା ସୁସ୍ଥ ଚର୍ବି ଧୀରେ ଧୀରେ ହଜମ ହୁଏ, ଯାହା ଦୀର୍ଘ ସମୟ ପାଇଁ ଶକ୍ତି ଯୋଗାଇଥାଏ ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ:- ଘିଅ କଫି ଉପବାସରେ ବିଶେଷ ଲାଭଦାୟକ କାରଣ ଏଥିରେ ଥିବା ସୁସ୍ଥ ଚର୍ବି ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ କରାଏ ନାହିଁ । ଘିଅରେ ଟ୍ରାଇଗ୍ଲେରିସାଇଡ୍ ଥାଏ ଯାହା ମେଟାବୋଲିଜିମ୍ ବାଇପାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ମାନସିକ ସ୍ୱଚ୍ଛତା:- କଫିରୁ କଫିନ୍ ଶକ୍ତି ବଢାଇଥାଏ ଏବଂ ଘିଅରେ ଥିବା ଚର୍ବି ଆପଣଙ୍କ ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣେ । ଏହା କାର୍ଯ୍ୟରେ ଉତ୍ତମ ଏକାଗ୍ରତା କରିବାରେ ସାହାଯ୍ୟ କରେ ଏବଂ ମାନସିକ ସ୍ୱଚ୍ଛତା ମଧ୍ୟ ହୋଇଥାଏ । ଆମର ମସ୍ତିଷ୍କ 60% ଚର୍ବିରେ ତିଆରି ଏବଂ ଜୈବିକ ଘିଅରେ ଓମେଗା 3 ଥାଏ, ଯାହା ଆମ ମସ୍ତିଷ୍କ ପାଇଁ ବହୁତ ଭଲ ଅଟେ ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର:- ଘିଅ କଫିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ ଯାହା ଶରୀରରେ ମୁକ୍ତ ରେଡିକାଲ ସହିତ ଲଢିବାରେ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
ଘିଅ କଫି କିପରି ପ୍ରସ୍ତୁତ କରିବେ
ଯୋଉଁ ଭଳି ଆପଣ କଳା କଫି ପ୍ରସ୍ତୁତ କରିନ୍ତି ସେପରି ଏକ କପ୍ କଳା କଫି ପ୍ରସ୍ତୁତ କରନ୍ତୁ । ଏଥିରେ 1-2 ଚାମଚ ଘିଅ ମିଶାନ୍ତୁ ।ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର:- ଘିଅ କଫିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ ଯାହା ଶରୀରରେ ମୁକ୍ତ ରେଡିକାଲ ସହିତ ଲଢିବାରେ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...